
ନୂଆଦିଲ୍ଲୀ, ୦୪/୦୬/୨୧ (ଜିଲ୍ଲା ଖବର) : ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ପ୍ରିୟାମଣୀଙ୍କ ଆଜି ଜନ୍ମଦିନ । ୪ ଜୁନ ୧୯୮୪ରେ ସେ ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୁରା ନାଁ ହେଉଛି, Priya Vasudev Mani Iyer । ଏକ ତାମିଲ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ । ପ୍ରିୟାମଣୀଙ୍କ ପିତାଙ୍କ ନାଁ ବାସୁଦେବ ମଣି ଉୟର ଏବଂ ତାଙ୍କ ମା’ଙ୍କ ନାଁ ହେଉଛି, ଲତା ମଣି ଉୟର ।
ପ୍ରିୟାମଣି ସ୍ବୁଲ ପାଠପଢା ସାରିବା ପରେ, ପ୍ରିଣ୍ଟ ବିଜ୍ଞାପନ ପାଇଁ ବିଜ୍ଞାପନ କରିବା ଆରମ୍ଭ କରିଥିଲେ । ପ୍ରଥମେ ସେ ଏକ ଫ୍ଲପ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ ସତ, ହେଲେ ଏହାପରେ ସେ ଅନେକ ହିଟ ଫିଲ୍ମରେ କାମ କରିଥିଲେ, ଏବଂ ସଫଳତାର ସିଢି ଚଢିଥିଲେ ।
ପ୍ରିୟାମଣୀ ତେଲୁଗୁ, ତାମିଲ ଏବଂ ମଲାୟଲମ ଫିଲ୍ମରେ ନିଜ ଅଭିନୟର ଜଲଓ୍ବା ଦେଖାଇଛନ୍ତି । ପ୍ରିୟାମଣି ତାଙ୍କ ପ୍ରତିଭା ବଳରେ ଆଜି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।





