Home ଆଞ୍ଚଳିକ 2022 ଫିଫା ଫୁଟବଲ ବିଶ୍ୱକପ କ୍ୱାଲିଫାୟର, କତାର ଠାରୁ 1-0 ଗୋଲରେ ହାରିଲା ଭାରତ

2022 ଫିଫା ଫୁଟବଲ ବିଶ୍ୱକପ କ୍ୱାଲିଫାୟର, କତାର ଠାରୁ 1-0 ଗୋଲରେ ହାରିଲା ଭାରତ

6

୦୪/୦୬/୨୧ (ଜିଲ୍ଲା ଖବର) :  2022 ଫିଫା ଫୁଟବଲ ବିଶ୍ୱକପ କ୍ୱାଲିଫାୟର । କତାରର ରାଜଧାନୀ ଦୋହାରେ ଖେଳାଯାଇଥିବା ଏକ ମ୍ୟାଚରେ କତାର ଠାରୁ 1-0 ଗୋଲରେ ହାରିଲା ଭାରତ । ବିପକ୍ଷ ଟିମ ପକ୍ଷରୁ ଅବଦେଲ ଅଜିଜ ମ୍ୟାଚର 33 ମିନିଟରେ ଏକମାତ୍ର ଗୋଲ କରିଥିଲେ । ଏହାର ଜବାବରେ ଭାରତ ଶେଷ ପର୍ଯ୍ୟନ୍ତ କୌଣସି ଗୋଲ କରିପାରି ନଥିଲା ।

ମ୍ୟାଚର 17 ମିନିଟରେ ଭାରତୀୟ ଡିଫେଣ୍ଡର ରାହୁଲ ଭେକେ ରେଡ କାର୍ଡ ପାଇ ପଡିଆରୁ ବିଦା ହେବା ପରେ 10 ଜଣ ଖେଳାଳିଙ୍କ ସହ ମ୍ୟାଚ ଖେଳିଥିଲା ଭାରତ । ରେଡ କାର୍ଡ ପାଇବା ପୂର୍ବରୁ ମ୍ୟାଚର 9 ମିନିଟରେ ରେଫରୀ ରାହୁଲଙ୍କୁ ୟେଲୋ କାର୍ଡ ଦେଇଥିଲେ। ସେପଟେ ଜୁନ 7 ରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ  ଭାରତ ବାଙ୍ଗଲାଦେଶକୁ ଭେଟିବ ।