Monday, November 16, 2026
Home ଆଞ୍ଚଳିକ ବର୍ଦ୍ଧିତ ତାରିଖ ପରେ ଆଜି ଖୋଲିବାକୁ ଯାଉଛି ଗ୍ଲୋବାଲ ଟେଣ୍ଡର

ବର୍ଦ୍ଧିତ ତାରିଖ ପରେ ଆଜି ଖୋଲିବାକୁ ଯାଉଛି ଗ୍ଲୋବାଲ ଟେଣ୍ଡର

14

ଭୁବନେଶ୍ୱର,୦୪/୦୬/୨୧ (ଜିଲ୍ଲା ଖବର) :  ଟିକାକରଣରକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଆହ୍ବାନ କରିଥିବା ଗ୍ଲୋବାଲ ଟେଣ୍ଡରର ବର୍ଦ୍ଧିତ ତାରିଖ ପରେ ଆଜି ଖୋଲିବାକୁ ଯାଉଛି । ଦିନ 11ଟାରେ ଟେକନିକାଲ୍ ବିଡ୍ ଖୋଲିବ । ପରେ ପରେ ଫାଇନାନସିଆଲ ବିଡ୍ ଖୋଲିବ । 5 ଟା ବେଳକୁ ରାଜ୍ୟ ସରକାରଙ୍କୁ କେଉଁ କେଉଁ କମ୍ପାନୀ ଟିକା ଯୋଗାଇବେ ତାହା ସ୍ପଷ୍ଟ ହେବ ।

ପୂର୍ବରୁ ମେ 10 ତାରିଖ ଦିନ କ୍ୟାବିନେଟ ଡାକି ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଆହ୍ବାନ କରିଥିଲେ । ସେହିପରି ଅଧିକ କମ୍ପାନୀକୁ ଆକୃଷ୍ଟ କରିବା ପାଇଁ ମେ 21 ତାରିଖରେ ଟେଣ୍ଡର ସର୍ତ୍ତରେ ପରିବର୍ତ୍ତନ ଆଣିଥିଲେ । ଏହା ବାଦ ମେ ମାସ 28 ତାରିଖରେ ଟେଣ୍ଡର ଖୋଲିବାର ଥିଲା । ମାତ୍ର ରାଜ୍ୟ ସରକାର ବାତ୍ୟା ପରିସ୍ଥିତି ଯୋଗୁଁ ଏହି ତାରିଖକୁ ଘୁଞ୍ଚାଇ ଦେଇଥିଲେ ।

 ତେବେ ଏହାରି ଭିତରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଚିଠି ଗ୍ଲୋବାଲ ଟେଣ୍ଡର ଆଶା ଉପରେ ପାଣି ପକାଇ ଦେଇଛି । ଏବେ ଦେଖିବାର ବାକି ରହିଲା 18 ରୁ 44 ବର୍ଷର ପ୍ରାୟ 2 କୋଟି ଲୋକଙ୍କୁ ମାଗଣା ଟିକା ଦେବା ପାଇଁ ରାଜ୍ୟ ସରକାରଙ୍କ ଘୋଷଣା କେବେ ବାସ୍ତବ ରୂପ ନେବ ।