
୦୪/୦୬/୨୧ (ଜିଲ୍ଲା ଖବର) :ଭର୍ଚୁଆଲ ଆଲୋଚନାରେ ହଠାତ ସରପ୍ରାଇଜ୍ ଏଣ୍ଟ୍ରି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଉଭୟ ଛାତ୍ର ଆଉ ଅଭିଭାବକମାନଙ୍କ ସହ ପରୀକ୍ଷା ଆଉ କ୍ୟାରିୟରକୁ ନେଇ ଆଲୋଚନା କରିଥିଲା। ଘଟଣାଟି ସମସ୍ତଙ୍କୁ ଏକ ପ୍ରକାରର ଅଚମ୍ବିତ କରିଦେଲା।
ନା ଛାତ୍ର ନା ଅଭିଭାବକ କାହାକୁ ଜଣାନଥିଲା ହଠାତ୍ ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କ ସହ ଭର୍ଚ୍ଚୁଆଲ ଆଲୋଚନାରେ ଭାଗ ନେବେ ବୋଲି । ପ୍ରଧାନମନ୍ତ୍ରୀ କେବଳ ଆଲୋଚନାରେ ଭାଗ ନେଲେନି ବରଂ ଉଭୟ ଛାତ୍ର ଆଉ ଅଭିଭାବକମାନଙ୍କ ସହ ମଧ୍ୟ ପରୀକ୍ଷା ଆଉ ସେମାନଙ୍କ କ୍ୟାରିୟର ବିଷୟରେ ଆଲୋଚନା କଲେ । ଏହା ପ୍ରମାଣିତ କରିଛି ଦେଶର ଭବିଷ୍ୟତ ପିଲାମାନଙ୍କ ଶିକ୍ଷା ଆଉ କ୍ୟାରିୟର ପାଇଁ କିପରି ଚିନ୍ତିତ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଗୁରୁବାର ଅପରାହ୍ନରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ହୋଇଥିଲା ସିବିଏସଇ ବୋର୍ଡର ଏକ ଭର୍ଚ୍ଚୁଆଲ ବୈଠକ। ଯେଉଁଥିରେ ଭାଗ ନେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରେମଶ ପୋଖରିଆଲ୍ ନିଶଙ୍କ, ଦ୍ବାଦଶ ଶ୍ରେଣୀର କିଛି ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକ। ପରୀକ୍ଷା ବାତିଲ ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ହଠାତ୍ ବିନା ସୂଚନାରେ ସେମାନଙ୍କ ସହ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ପ୍ରଧାନମନ୍ତ୍ରୀ ଉଭୟ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ସହ ଆଲେଚନା କରିବା ସହିତ ପରୀକ୍ଷା ସ୍ଥଗିତ ଏବଂ ଏଥିପାଇଁ କିପରି ସେମାନେ ଚିନ୍ତିତ ଅଛନ୍ତି ସେ ବିଷୟରେ କଥାବାର୍ତ୍ତା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପିଲା ଏବଂ ଅଭିଭାବକଙ୍କୁ ବେଶ୍ ଆଶା ଆଶ୍ବାସନା ଦେଇଥିଲା ।


