
ଭୁବନେଶ୍ଵର,୦୪/୦୬/୨୧ (ଜିଲ୍ଲା ଖବର) : ରାଜଧାନୀର ରାଜ ରାସ୍ତାରେ ହାଇ ପ୍ରୋଫାଇଲ ଡ୍ରାମା ଦେଖିବାକୁ ମିଳିଛି। ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଅପହରଣ କରାଯାଇଛି। ଏଭଳି ଘଟଣା ରାଜଧାନୀ ଭୁବନେଶ୍ୱରର ଡେଲଟା ଛକ ନିକଟରେ ଦେଖିବାକୁ ମିଳିଛି। ଜଣେ ପ୍ରତେକ୍ଷ୍ୟ ଦର୍ଶୀଙ୍କ ସୂଚନା ଅନୁସାରେ ସନ୍ଧ୍ୟା 5.30 ସମୟରେ ଦୁଇ ଜଣ ବ୍ୟକ୍ତି ଜଣେ ଯୁବକଙ୍କୁ ବାଇକ ଧରି ଡେଲଟା ଛକ ନିକଟରେ ଥିବା କାର ପାଖକୁ ନେଇଥିଲେ। ଉକ୍ତ କାରରେ ଥିବା 3 ଜଣ ବ୍ୟକ୍ତି ଯୁବକ ଜଣକୁ ଜବରଦସ୍ତି ଗାଡ଼ିରେ ଭର୍ତ୍ତି କରି କୁଆଡେ ନେଇଯାଇଛନ୍ତି।
କିଛି ସ୍ଥାନୀୟ ଯୁବକଟିକୁ ରକ୍ଷା କରିବାକୁ ପ୍ରୟାସ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ। ଘଟଣା ସ୍ଥଳରେ ଅପହରଣ ହୋଇଥିବା ଯୁବକର ଗୋଟିଏ ଜୋତା ମଧ୍ୟ ପଡିଛି।


