
୦୪/୦୬/୨୧ (ଜିଲ୍ଲା ଖବର) : ଆମେରିକାର ଉପ-ରାଷ୍ଟ୍ରପତି କମଲା ହାରିସଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତକୁ କୋଭିଡ ମହାମାରୀ ସହ ଲଢିବା ପାଇଁ ଟିକା ଯୋଗାଇ ଦେବା ପାଇଁ ଆମେରିକା ସହଯୋଗର ହାତ ବଢାଇ ଥିବାରୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
କମଲା ହାରିସଙ୍କ ସହ ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟ୍ବିଟ କରି ସୂଚନା ଦେବା ସହ ପ୍ରବାସୀ ଭାରତୀୟମାନଙ୍କର ଭାରତକୁ ସହଯୋଗକୁ ମଧ୍ୟ ପ୍ରଶଂସା କରିଛନ୍ତି । ମୋଦି କହିଛନ୍ତି, ଆମେରିକାର ଉପ ରାଷ୍ଟ୍ରପତିଙ୍କ ସହ ଭ୍ୟାକ୍ସିନ ସହଯୋଗ ସହିତ କୋଭିଡ ପରବର୍ତ୍ତୀ ପରିସ୍ଥିତିରେ ବିଶ୍ବର ସ୍ବାସ୍ଥ୍ୟ ତଥା ଆର୍ଥିକ ପୁନରୁତ୍ଥାନ ପାଇଁ ଉଭୟ ଦେଶ ମିଳିତ ଭାବେ କାମ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି।


