
୦୪/୦୬/୨୧ (ଜିଲ୍ଲା ଖବର) : ଆଉ 50 ଦିନ ପରେ ଆରମ୍ଭ ହେବାକୁ ଯାଉଛି ଟୋକିଓ ଅଲିମ୍ପିକ। ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରୁଥିବା ଭାରତୀୟ ଦଳର ଅଫିସିଆଲ କିଟ୍ ଆଜି ଲଞ୍ଚ କରାଯାଇଛି। ଏହି କିଟର ଡ଼ିଜାଇନ ଭାରତୀୟ ଅଲିମ୍ପିକ ଆସୋସିଏସନ ନିର୍ଦ୍ଦେଶ ଅନୁସାରେ ଡିଜାଇନର ଇଡିଟ୍ରି ଗୋଏଲ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜେଜୁ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭାରତୀୟ ଅଲିମ୍ପିକ ଆସୋସିଏସନର ସଭାପତି ଡକ୍ଟର ନରିନ୍ଦର ଧ୍ରୁବ ବାତ୍ରା ଏବଂ ସାଧାରଣ ସମ୍ପାଦକ ରାଜୀବ ମେହେଟା ଯୋଗଦାନ କରିଥିଲେ।
ଆଗାମୀ ଟୋକିଓ ଅଲିମ୍ପିକରେ ଭାରତୀୟ ଦଳର କିଟ ସ୍ପନଶର ରହିଛି ଲି-ନିଙ୍ଗ। ଆଉ 50 ଦିନ ପରେ ଏହି ମେଗା ଇଭେଣ୍ଟ ଆୟୋଜିତ ହେବାକୁ ଯାଉଛି ଏବଂ ଭାରତୀୟ ଦଳ ଏଥିପାଇଁ ପ୍ରସ୍ତୁତ ଅଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜେଜୁ କହିଛନ୍ତି।



