
୦୪/୦୬/୨୧ (ଜିଲ୍ଲା ଖବର) : ପ୍ରାୟତଃ ପାଚିଲା କଦଳୀ ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି । ହେଲେ ହୁଏତ ଅନେକଙ୍କୁ ଏକଥା ଜଣା ନଥାଏ ଯେ, କଂଚା କଦଳୀରେ ଖାଇବା ଦ୍ବାରା, ଏହା ସ୍ବାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ବିଭିନ୍ନ ରୋଗ ବେମାରୀରୁ ରକ୍ଷା କରିବାରେ ସାହାଯ୍ୟ କରେ କଂଚା କଦଳୀ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
-କଂଚା,କଦଳୀରେ,ଫାଇବର,ଭିଟାମିନ୍’ସି’,ଭିଟାମିନ୍’ବି୬’,ପୋଟାସିୟମ,ଫସଫରସ,ମ୍ୟାଗ୍ନେସିୟମ,ଜିଙ୍କ ଭଳି ଅନକ ପୋଷକ ତତ୍ବ ଭରି ରହି ରହିଥାଏ ।
-ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ କଂଚା କଦଳୀ । ତେଣୁ ପ୍ରତିଦିନ କଂଚା କଦଳୀ ନିଜ ଡାଏଟରେ ସାମିଲ କରିବା ଉଚିତ୍ ।
-କଂଚା କଦଳୀରେ ଫାଇବରର ମାତ୍ରା ଭରପୁର ରହିଥାଏ । ଯାହା ଶରୀରରେ କୋଲେଷ୍ଟ୍ରଲ ମାତ୍ରାକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ । ଏହା ସହିତ ହୃଦୟ ସମ୍ବନ୍ଧୀୟ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।
-ଯଦି ବାରମ୍ବାର ଭୋକ ଲାଗୁଥାଏ , ଭୋକ ଉପରେ ନିୟନ୍ତ୍ରଣ ରହୁନଥାଏ , ତେବେ ଏଥିପାଇଁ କଂଚା କଦଳୀ ବହୁତ୍ ଗୁରୁତ୍ବପୂର୍ଣ୍ଣ । ଏହା ସେବନ କରିବା ଦ୍ବାରା, ଏହା ଭୋକକୁ ନିୟନ୍ତ୍ରଣ କରିଥାଏ । ଓଜନ ହ୍ରାସ କରିବାରେ ଏହା ସହାୟକ ହୋଇଥାଏ ।
-ଗ୍ୟାସ କିମ୍ବା ପେଟ ଜନିତ ବିଭିନ୍ନ ରୋଗ ବେମାରୀରୁ ରକ୍ଷା କରିବାରେ ସାହାଯ୍ୟ କରେ କଂଚା କଦଳୀ ।
–କଂଚା କଦଳୀରେ କ୍ୟାଲସିୟମର ମାତ୍ରା ଭରପୁର ରହିଥାଏ । ଯାହା ସେବନ କରିବା ଦ୍ବାରା, ଏହା ହାଡକୁ ମଜବୁତ୍ କରିବାରେ ସାହାଯ୍ୟ କରେ ।
-କୋଷ୍ଠକାଠିନ୍ୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ କଂଚା କଦଳୀ ।
-ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ରକ୍ଷା କରେ କଂଚା କଦଳୀ ।


