Saturday, October 10, 2026
Home ଆଞ୍ଚଳିକ ତେଲିଙ୍ଗ ଡଙ୍ଗା ନଥିବାରୁ ସାକ୍ଷୀଗୋପାଳଙ୍କ ଭଉଁରୀ ନିତୀରେ ବିଳମ୍ବ

ତେଲିଙ୍ଗ ଡଙ୍ଗା ନଥିବାରୁ ସାକ୍ଷୀଗୋପାଳଙ୍କ ଭଉଁରୀ ନିତୀରେ ବିଳମ୍ବ

14

ପୁରୀ,୦୪/୦୬/୨୧ (ଜିଲ୍ଲା ଖବର) : ତେଲିଙ୍ଗ ଡଙ୍ଗା ନଥିବାରୁ ସାକ୍ଷୀଗୋପାଳଙ୍କ ଭଉଁରୀ ନିତୀରେ ବିଳମ୍ବ ।  କୋଭିଡ଼ କଟକଣା ମଧ୍ୟରେ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନଯାତ୍ରା ଚାଲିଥିବା ବେଳେ ଅନ୍ତିମ ପର୍ଯ୍ୟାୟ ଗୁରୁବାର ଭଉଁରୀନିତୀ ଏକ ଘଣ୍ଟା  ବିଳମ୍ବରେ ଆରମ୍ଭ ହୋଇଥିବା ଜଣାପଡିଛି ।

ମନ୍ଦିର ପ୍ରଶାସନ ପକ୍ଷରୁ ତେଲିଙ୍ଗ ଡଙ୍ଗା ଯୋଗାଇ ଦିଆ ଯାଇନଥିଵାରୁ ପାଳିଆ ସେଵାୟତ ମାନେ ଭଉଁରୀ ନିତୀରୁ ବିରତି ରହିଥିଲେ । ଦିନ ଚାପ ନିମନ୍ତେ ବିଜେ ପ୍ରତିମା ମଦନ ମୋହନଙ୍କୁ ଚାପକୁ ବିଜେ କରିବା ପରେ ଠାକୁରଙ୍କ ଭଉଁରୀ ଖେଳ ଆରମ୍ଭ କରାଗଲେ ଏହା ଶେଷ ହେଵାକୁ ୩ ଘଣ୍ଟା ଲାଗିବ । ଇତି ମଧ୍ୟରେ ସେବାୟତମାନଙ୍କୁ ଅନ୍ୟନିତୀ ଓ ଶୌଚ ପାଇଁ ଚନ୍ଦନ ପୁଷ୍କରିଣୀ  ଭିତରୁ  ଚାପରୁ ବାରମ୍ବାର ବାହରକୁ ନେଵା ଆଣିବା ନିମନ୍ତେ ତେଲିଙ୍ଗ ଡଙ୍ଗାର ଜରୁରୀ ଆଵଶ୍ୟକ ପଡିଥାଏ । ଏପରିକି ସେହି ଡଙ୍ଗାଟି ମନ୍ଦିର ବାଜାବାଲାଙ୍କୁ ନେଇ ଠାକୁରଙ୍କ ଚାପ ଆଗେ ଆଗେ ଯାଇଥାଏ ।

ପ୍ରତିବର୍ଷ ଏହି ଉଦ୍ଦେଶ୍ୟରେ  ତେଲିଙ୍ଗ ଡଙ୍ଗା ମନ୍ଦିର ପ୍ରଶାସନ ଯୋଗାଇ ନଥିବା ଫଳରେ ସେବାୟତ ମାନେ ସର୍ଭିସ ଡଙ୍ଗାଟି ଯୋଗାଇଵାକୁ ଅଡି ଵସିଥିଲେ । ମନ୍ଦିର ସୁପରଭାଇଜର ବିଶ୍ବନାଥ ମହାପାତ୍ର ଓ ଅନ୍ୟ କର୍ମଚାରୀ ଉଦ୍ୟମରେ ଭୋଇ ସେଵକ ମାନଙ୍କୁ ଲଗାଇ ରାଧାକୁଣ୍ଡ ପୁଷ୍କରିଣୀରୁ ଡଙ୍ଗା ବାହର କରି ଚନ୍ଦନ ପୁଷ୍କରିଣୀକୁ ଅଣା ଯାଇଥିଲା । ସନ୍ଧ୍ୟା ସାଢ଼େ ୬ ଟାରେ ଠାକୁରଙ୍କ ଦିନଚାପ ଭଉଁରୀ ଖେଳ  ହୋଇଥିଲା । ରାତି  ୮ ପର୍ଯ୍ୟନ୍ତ ଚାପଖେଳ ପରେ ଠାକୁରଙ୍କ ପଣା ଭୋଗ, ଚନ୍ଦନ ସ୍ନାନ, ମନ୍ଦିରରେ ଦ୍ୱିପ୍ରହର ଧୂପ, ସନ୍ଧ୍ୟା ଆଳତି, ଗୋଧନ ବାହୁଡା ଭୋଗପରେ ଅନ୍ୟ ଦେବନୀତି କରାଯାଇ ବିଳମ୍ବିତ ରାତିରେ ରାତି ଚାପ, ପନ୍ତୀଭୋଗ ପରେ ଠାକୁର ମନ୍ଦିରକୁ ବାହୁଡିଥିଲେ ।