
୦୪/୦୬/୨୧ (ଜିଲ୍ଲା ଖବର) : ଖାସକରି ଝିଅ ମାନେ କେଶରେ ହେୟାର ସେରମ ଲଗାଇ ଥାଆନ୍ତି । କାହିଁକି ନାଁ, କେଶରେ ଏହା ବ୍ୟବହାର କରିବା ଦ୍ବାରା, କେଶ ଅଧିକ ସଫ୍ଟ ହୋଇଥାଏ । ଏହା ସହିତ କେଶରେ ଅଧିକ ଚମକ ଆସିଥାଏ । ସୂର୍ଯ୍ୟ କିରଣଠାରୁ ମଧ୍ୟ ଏହା କେଶକୁ ରକ୍ଷା କରିବାରେ ସାହାଯ୍ୟ କରେ । ତେବେ କେଶରେ ହେୟାର ସେରମ ଲାଗାଇବା ଦ୍ବାରା ଏହା କି ପ୍ରଭାବ ପକାଇଥାଏ ଏବଂ ଏହାକୁ ବ୍ୟବହାର କରିବାର ସଠିକ୍ ପଦ୍ଧତି ବିଷୟରେ ଆସନ୍ତୁ ଜାଣିବା ।
-ମନେ ରଖିବେ , ସବୁବେଳେ ଭଲ କମ୍ପାନୀର ହେୟାର ସେରମ କିଣିବା ଉଚିତ୍ ।
-ପ୍ରଥମେ କେଶକୁ ଭଲଭାବେ ଶାମ୍ପୁ କରିବେ । ଏହାପରେ କେଶକୁ ଭଲଭାବେ ଧୋଇବା ପରେ , କେଶରେ କଣ୍ଡିସନର ଲଗାଇ, ପୁଣି କେଶକୁ ଧୋଇବେ । ଏହାପରେ କେଶକୁ ଟାଓ୍ବେଲରେ ଭଲଭାବେ ପୋଛିବେ । କେଶ ଅଳ୍ପ ଅଳ୍ପ ଓଦା ଥିବା ସମୟରେ, କେଶରେ ହେୟାର ସେରମ ଲଗାଇବେ । ଏହାପରେ କେଶକୁ ପାନିଆରେ କୁଣ୍ଡାଇବେ ।
-ଏହାକୁ କେଶ ମୂଳରେ ଲଗାଇବା ଅନୁଚିତ୍ ।
-ଅଧିକ ମାତ୍ରାରେ ଏହା ବ୍ୟବହାର କରିବେ ନାହିଁ । ନଚେତ୍ ଏହାର କୁ-ପ୍ରଭାବ କେଶ ଉପରେ ପଡିଥାଏ ।
-ଏହା କେଶରେ ଲଗାଇବା ପୂର୍ବରୁ, ପ୍ରଥମେ ହାତ ପାପୁଲିରେ ଲଗାଇ, ତାପରେ କେଶରେ ଲଗାଇବା ଉଚିତ୍ ।


