Monday, November 16, 2026
Home ଆଞ୍ଚଳିକ ଲୁହାଗୁଣ୍ଡ ବୋଝେଇ ଟ୍ରକରେ ଲାଗିଲା ନିଆଁ

ଲୁହାଗୁଣ୍ଡ ବୋଝେଇ ଟ୍ରକରେ ଲାଗିଲା ନିଆଁ

11

ଖୋର୍ଦ୍ଧା, ୦୪/୦୬/୨୧ (ଜିଲ୍ଲା ଖବର) :  ଚଳନ୍ତା ଟ୍ରକରେ ଅଗ୍ନିକାଣ୍ଡ । ଖୋର୍ଦ୍ଧା 16 ନମ୍ବର ଜାତୀୟ ରାଜପଥ ମଳିପଡା ଛକ ନିକଟରେ ଏକ ଲୁହା ଗୁଣ୍ଡ ବୋଝେଇ ଟ୍ରକରେ ହଠାତି ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ଖବର ପାଇ ଅଗ୍ନିଶମ ବାହୀନି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।

ଲୁହାଗୁଣ୍ଡ ବୋଝେଇ ଟ୍ରକଟି କେନ୍ଦୁଝରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲଫର ଫେରାର ଥିବା ସୂଚନା ରହିଛି ।