
ଆବଶ୍ୟକ ସାମଗ୍ରୀ-
ସୁଜି, ଦହି, ଲୁଣ, ତେଲ, ଘିଅ, ରେଡ ଚିଲ୍ଲୀ ପେଷ୍ଟ, ରସୁଣ ପେଷ୍ଟ, ପାଓଭାଜି ମସଲା, ହଳଦୀ ପାଉଡର, ଧନିଆ ପତ୍ର, ଲେମ୍ବୁ, ପିଆଜ, ସୋରିଷ, କ୍ୟାପସିକମ, ଟମାଟୋ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପାତ୍ରରେ ସୁଜି ,ଦହି,ଲୁଣ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ପକାଇ ପୁଣି ଭଲଭାବେ ଗୋଳାଇବେ । ତାପରେ ଇଡଲି ଛାଞ୍ଚରେ ତେଲ ଲଗାଇ ଇଡଲି ପ୍ରସ୍ତୁତ କରିବେ । ଇଡଲି ପ୍ରସ୍ତୁତ ହେବା ପରେ ତାକୁ ଛାଞ୍ଚରୁ କାଢି, ଛୋଟଛୋଟ କରି କାଟିବେ । ଏହାପରେ ଗ୍ୟାସରେ ପ୍ୟାନ୍ ବସେଇ ଘିଅ ପକାଇବେ । ଘିଅ ଗରମ ହେବା ପରେ ସେଥିରେ ସୋରିଷ ଏବଂ ଛୋଟଛୋଟ , କଟା ହୋଇଥିବା ପିଆଜ ପକାଇ ଫ୍ରାଏ କରିବେ । ପିଆଜ ଫ୍ରାଏ ହୋଇ ଆସିଲେ, ସେଥିରେ ରେଡ ଚିଲ୍ଲୀ ପେଷ୍ଟ, ରସୁଣ ପେଷ୍ଟ ପକାଇ ମିକ୍ସ କରିବେ । ଏହାପରେ ସେଥିରେ, କଟା କ୍ୟାପସିକମ, କଟା ଟମାଟୋ, ଲୁଣ,ହଳଦୀ ପାଉଡର, ପାଓଭାଜି ମସଲା ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଅଳ୍ପ ପାଣି ପକାଇ, କିଛି ସମୟ ପାଇଁ ମସଲାକୁ ଭଲଭାବେ ଗୋଳାଇବେ । ଏହାପରେ ସେଥିରେ କାଟି ରଖିଥିବା ଇଡଲି ପକାଇ ମିକ୍ସ କରିବେ । ତାପରେ ସେଥିରେ କଟା ଧନିଆ ପତ୍ର ପକାଇ ଗ୍ୟାସ୍ ବନ୍ଦ କରି, ଏକ ପାତ୍ରକୁ କାଢିବେ । ଏବେ ତା ଉପରେ ଅଳ୍ପ ଲେମ୍ବୁ ରସ ଚିପୁଡି ମିକ୍ସ କରିବେ । ପ୍ରସ୍ତୁତ ହୋଇଗଲା ମସଲା ଇଡଲି । ଏବେ ଏହାର ମଜା ନେଇ ପାରିବେ ।


