
ନୂଆଦିଲ୍ଲୀ, ୦୪/୦୬/୨୧ (ଜିଲ୍ଲା ଖବର) : ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରୁହନ୍ତି ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେ । ସବୁବେଳେ ସେ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ଫ୍ୟାନ୍ ଫଲୋଇଙ୍ଗ ମଧ୍ୟ ତାଙ୍କର କିଛି କମ୍ ନୁହଁନ୍ତି । ହେଲେ ଏବେ କିଛି ସସୟ ପାଇଁ ସୋସିଆଲ ମିଡିଆରୁ ବ୍ରେକ୍ ନେବାକୁ ନିଷ୍ପତି ନେଇଛନ୍ତି ଅଙ୍କିତା ଲୋଖାଣ୍ଡେ । ସୋସିଆଲ ମିଡିଆ ମାଧ୍ୟମରେ ସେ ନିଜେ ଏହାର ସୂଚନା ଦେଇଛନ୍ତି ।
ଅଙ୍କିତା ତାଙ୍କ ଇନଷ୍ଟାଗ୍ରାମରେ ଏକ ଟେକ୍ସଟ ମେସେଜ୍ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ଏହା ଅଲବିଦା ନୁହେଁ । ବରଂ କିଛି ସମୟ ପରେ ପୁଣି ଆପଣମାନଙ୍କୁ ଦେଖା କରିବି । ଏହା ସହିତ ସେ ବାଏ ବାଏ ଇମୋଜି ମଧ୍ୟ ଦେଇଛନ୍ତି । ତାଙ୍କର ଏହି ପୋଷ୍ଟ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।
ଫ୍ୟାନ୍ସମାନେ ଏଥିରେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।
ସୋସିଆଲ ମିଡିଆରୁ ଦୂରେଇ ରହିବାର ପ୍ରକୃତ କାରଣ ଏବେ ଯାଏଁ ସାମ୍ନାକୁ ଆସିନାହିଁ । ଅନ୍ୟପଟେ ଫ୍ୟାନ୍ସ ମାନେ ଏହାର କାରଣ ଜାଣିବାକୁ ଚାହିଁଛନ୍ତି । ଅନେକ ତାଙ୍କୁ ତାଙ୍କର ଏହି ପୋଷ୍ଟ ମାଧ୍ୟମରେ ତାଙ୍କର ଏପରି ନିଷ୍ପତି ନେବାର କାରଣ ମଧ୍ୟ ପଚାରିଛନ୍ତି ।
ତାଙ୍କର ଏହି ପୋଷ୍ଟରେ କିଛି ଫ୍ୟାନ୍ସ ଏହାକୁ ସୁଶାନ୍ତ ସିଂହ ରାଜପୁତଙ୍କ ସହିତ ମଧ୍ୟ ଯୋଡି ଟୁପୁରୁ ଟାପୁରୁ ହେଉଛନ୍ତି ।





