Saturday, November 14, 2026
Home ଆଞ୍ଚଳିକ ଟପଲେସ ଫଟୋସୁଟ କରି ଟ୍ରୋଲ ହେଲେ ଟିନା

ଟପଲେସ ଫଟୋସୁଟ କରି ଟ୍ରୋଲ ହେଲେ ଟିନା

9

ନୂଆଦିଲ୍ଲୀ , ୦୪/୦୬/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ହୁଅନ୍ତୁ ବା ଟେଲି ଅଭିନେତ୍ରୀ, ଅନେକ ସମୟରେ ସେମାନେ ଚର୍ଚ୍ଚାରେ ରହିବା ସହିତ, ବିଭିନ୍ନ ସମୟରେ ଟ୍ରୋଲର ଶିକାର ମଧ୍ୟ ହୁଅନ୍ତି । ପରଦାରେ ସାଦାସିଦା ଚରିତ୍ର ନିଭାଉଥିବା ଅଭିନେତ୍ରୀ ମାନେ, ଅସଲ ଜୀବନରେ ବୋଲ୍ଡନେସକୁ ଟକ୍କର ଦେଉଥିବା ଦେଖିବାକୁ ମିଳେ । ଠିକ୍ ଯେମିତି ଏବେ ସେମିତି କିଛି ଫଟୋସୁଟକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ଟେଲି ଧାରାବାହିକ, ଉତରନରେ ଇଚ୍ଛା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ, ଟିନା ଦତ୍ତ । କେବଳ ଚର୍ଚ୍ଚାରେ ନାହାଁନ୍ତି ବରଂ ଟ୍ରୋଲର ଶିକାର ମଧ୍ୟ ହୋଇଛନ୍ତି  ସେ ।  

ପ୍ରକାଶ ଥାଉକି, ନିକଟରେ ଟିନା ତାଙ୍କର କିଛି ଟପଲେସ ଫଟୋସୁଟ କରିଛନ୍ତି । ଯେଉଁଥିରେ ତାଙ୍କର ଗ୍ଲାମରସ ଅନ୍ଦାଜ ଦେଖିବାକୁ ମିଳୁଛି ।  ଯାହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ତାଙ୍କର ଏହି ଫଟୋକୁ କିଛି ୟୁଜର ପସନ୍ଦ କରୁଥିବା ବେଳେ, ଆଉ କିଛି  ଟିନାଙ୍କୁ ଟ୍ରୋଲ କରୁଛନ୍ତି । ସମସ୍ତେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । କିଛି ଜଣ ତାଙ୍କର ଏହି ଫଟୋସୁଟକୁ ନେଇ ତାଙ୍କୁ ଅଶ୍ଳୀଳ କମେଣ୍ଟ  ଦେବାକୁ ମଧ୍ୟ ପଛାଇ ନାହାଁନ୍ତି ।

ହେଲେ ତାଙ୍କର ଏହି ଅଶ୍ଳୀଳ କମେଣ୍ଟ ଦେଖି ଚୁପ୍ ବସି ନାହାନ୍ତି ଟିନା । ଏହାର ମୁହଁତୋଡ ଯବାବ୍ ଦେଇଛନ୍ତି ସେ । ଯାହା ସେମାନଙ୍କର ମୁହଁ ବନ୍ଦ କରିଛି  । ଟିନା କହିଛନ୍ତି ଯେ, ଜଣେ ୟୁଜର ତାଙ୍କୁ କ୍ଷମା ମାଗି ତାଙ୍କୁ ଦିଦି ବୋଲି କହିଛି ।

ଅଶ୍ଳୀଳ କମେଣ୍ଟ ଦେଇଥିବା ଜଣେ ୟୁଜରକୁ  ସେ କଡା ଯବାବ୍ ଦେଇ  ଲେଖିଛନ୍ତି ଯେ, ‘ କ’ଣ ଏହା ତୁମର ସଂସ୍କାର ? ଲାଗୁଛି ତୁମେ ସମସ୍ତଙ୍କ ସହିତ  ଏମିତି କଥାବାର୍ତ୍ତା କର । ଏହା ସହିତ ଟିନା ସାଇବର ପୁଲିସକୁ ଟ୍ୟାଗ୍ କରି ଆକ୍ସନ ନେବାର କଥା ମଧ୍ୟ  ଲେଖିଛନ୍ତି ‘।