
ଭୁବନେଶ୍ୱର, ୦୪/୦୬/୨୧ (ଜିଲ୍ଲା ଖବର) : ଆଜି ରାଜ୍ୟରେ 7 ହଜାର 729 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେନଣ୍ଟାଇନ ସେଣ୍ଟରରୁ 4331 ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ 3398 ଜଣ ଚିହ୍ନଟ ହୋଇଛନ୍ତି । ଆଜକୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା 798699 ପଜିଟିଭ ଚିହ୍ନଟ ହୋଇଥିବାବେଳେ 713055 ସୁସ୍ଥ ହୋଇଛନ୍ତି । ଏବେ 82679 ରହିଛି ଆକ୍ଟିଭ ମାମଲା ।


