
ନୂଆଦିଲ୍ଲୀ , ୦୪/୦୬/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଚଳିତ ବର୍ଷ ଜାନୁୟାରୀରେ ଏକ କନ୍ୟା ସନ୍ତାନର ମା’ ହୋଇଛନ୍ତି । ସେ ତାଙ୍କ ଝିଅର ନାଁ ରଖିଛନ୍ତି ବାମିକା । ତାଙ୍କ ଝିଅର ଟିକିଏ ଝଲକ ଦେଖିବା ପାଇଁ ଫ୍ୟାନ୍ସ ମାନେ ସବୁବେଳେ ଚାହିଁ ରହି ଥାଆନ୍ତି । ହେଲେ ଆଜି ଯାଏଁ ସେ ତାଙ୍କର ଝିଅର ଚେହେରା ଦେଖାଇ ନାହାଁନ୍ତି । ନିକଟରେ ଏୟାରପୋର୍ଟରେ ଅନୁଷ୍କା ଶର୍ମା, ସ୍ବାମୀ ବିରାଟ କୋହଲି ଓ ଝିଅ ବାମିକାଙ୍କ ସହିତ ସ୍ପଟ ହୋଇଥିଲେ । ହେଲେ ସେ ସମୟରେ ମଧ୍ୟ ଅନୁଷ୍କା ତାଙ୍କ ଝିଅର ଚେହେରାକୁ ଘୋଡାଇ ରଖିଥିଲେ । ଯାହାକୁ କିଛି ସୋସିଆଲ ମିଡିଆ ୟୁଜର୍ସ ନାଁ ପସନ୍ଦ କରିଛନ୍ତି ।
ପ୍ରକୃତ କଥା ହେଲା, ନିକଟରେ ଅନୁଷ୍କା ଶର୍ମା ,ସ୍ବାମୀ ବିରାଟ କୋହଲି ଓ ଝିଅକୁ ସାଙ୍ଗରେ ନେଇ ଟିମ୍ ଇଣ୍ଡିଆ ସହିତ WTC ଫାଇନାଲ ପାଇଁ ଇଂଲଣ୍ଡ ଯାଇଥିଲେ । ଏହି ସମୟରେ ଅନୁଷ୍କା କୋଳରେ ବାମିକାଙ୍କୁ ଧରିଥିଲେ । ସେ ବାମିକାକୁ ଏମିତି ତାଙ୍କ କୋଳରେ ଲୁଚାଇ ଧରିଥିଲେ ଯେ, ତାଙ୍କର ଟିକିଏ ଝଲକ ବି ଦେଖିବାକୁ ମିଳି ନଥିଲା । ଏପରି ଭାବେ ଝିଅକୁ କୋଳରେ ଲୁଚାଇ ଧରିବା ଏବଂ କରୋନା କାଳରେ ଛୋଟ ପିଲାକୁ ଧରି ଯାତ୍ରା କରିବାକୁ କିଛି ଲୋକ ନାଁ ପସନ୍ଦ କରିଛନ୍ତି ।
ପାପାରାଜିଙ୍କ କ୍ୟାମେରାରେ କଏଦ ହୋଇଥିବା ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାପରେ ତାଙ୍କୁ ନେଇ ଟ୍ରୋଲିଂର ସିଲସିଲା ମଧ୍ୟ ଆରମ୍ଭ ହୋଇ ଯାଇଛି । ବାମିକାକୁ ଏପରି ଅବସ୍ଥାରେ ଲୁଚାଇ ଧରିବା ଦ୍ବାରା, ଏହା ବାମିକାଙ୍କୁ କଷ୍ଟ ହେଉଥିବା କଥା କିଛି ୟୁଜର୍ସ କହୁଥିବା ବେଳେ, ଆଉ କିଛି କରୋନା କାଳରେ ଛୋଟ ପିଲାକୁ ଧରି ଯାତ୍ରା କରିବା ସୁରକ୍ଷିତ ନୁହେଁ ବୋଲି କହୁଛନ୍ତି । ଠିକ୍ ସେହିପରି ଆଉ କିଛି ୟୂଜର୍ସ ପାପାରାଜିଙ୍କର, ଏପରି ଜବରଦସ୍ତି ଭାବେ ବାମିକାଙ୍କର ଫଟୋ ଉଠାଇବାକୁ ମଧ୍ୟ ନାଁ ପସନ୍ଦ କରିଛନ୍ତି ।


