
କଟକ, ୦୪/୦୬/୨୧ (ଜିଲ୍ଲା ଖବର) : ନଦୀ ପଠାରୁ ଝୁଲନ୍ତା ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଚୌଦ୍ୱାର ଇଟୁଆ ରାସ୍ତାରେ ଗଳା ପୋଲ ତଳେ ଥିବା ବିରୂପା ନଦୀ ପଠାରୁ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି ।
ବୁଧବାର ଘରୁ ରାଗି ଚାଲି ଆସିଥିଲେ । ଗତକାଲି ତାଙ୍କ ପରିବାର ଲୋକେ ଖୋଜା ଖୋଜି କରୁଥିବାବେଳେ ଆଜି ସକାଳେ ଏକ ମୃତଦେହ କେବୁଲ ତାରରେ ଝୁଲୁଥିବା ଖବର ପାଇ ଘଟଣାସ୍ଥଳରେ ଘର ଲୋକ ପହଞ୍ଚି ଥିଲେ । ଅନ୍ୟପକ୍ଷରେ ଟାଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକ ଜଣକ ଚୌଦ୍ୱାର ତଲବଜାରର ଅର୍ଜୁନି ବେହେରା (42) ବୋଲି ସୂଚନା ମିଳିଛି ।



