
ବିଷମକଟକ,୩/୬(ଜିଲ୍ଲା ଖବର) : ହାଟମୁନିଗୁଡା ଗ୍ରାମରେ ଶ୍ୱଚ୍ଛ ଭାରତର ନଗ୍ନ ନମୁନା ଦେଖି ବାକୁ ମିଳୁଛି।ଡ୍ରେନର ଆବର୍ଜନା ସବୁ ରାସ୍ତା ଉପରେ ପଡୁଛି। ବିଷମକଟକ ବ୍କକ୍ ଅନ୍ତର୍ଗତ ହାଟମୁନିଗୁଡା ଗ୍ରାମର ଏହି ଦୃଶ୍ୟ ଟି। ହାଟମୁନିଗୁଡା ର ନୁଆ ସାହି,ହରିଜନ ସାହି ଓ ତଳସାହି ରାସ୍ତା ର ଡ୍ରେନ ଗୁଡିକ ପଚାୟତ ତରଫରୁ ସଭା କରାଯାଇନଥିବା ଝଡ ବର୍ଷା ରେ ଡ୍ରେନ ର ଆବର୍ଜନା ରାସ୍ତା ଉପରେ ବୋହୁଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠି ଜଣାପଡିଛି ଯେ ଶ୍ୱଚ୍ଛ ଭାରତ କୁ ନେଇ କିପରି କାର୍ଯ୍ୟ କରୁ ଛନ୍ତି ଆମ ହାଟମୁନିଗୁଡା ପଚାୟତ ସରକାରୀ କର୍ମଚାରୀ ମାନେ। ତେଣୁ ବର୍ଷା ପୂର୍ବରୁ ଡ୍ରେନ ଗୁଡିକୁ ସଫା କରିବାପାଇଁ ସ୍ଥାନୀୟ ବାସିନ୍ଦା ମାନେ ଦାବି କରୁଛନ୍ତି।ଏନେଇ ବହୁ ବାର ସରପଞ୍ଚ ଓ ପି ଓ ଙ୍କୁ ସ୍ଥାନୀୟ ଲୋକମାନେ ଅଭିଯୋଗ କରିବା ପରେ ମଧ୍ୟ କୈଣସି କାର୍ଯ୍ୟ କାରି କରୁ ନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।ଏନେଇ ଆମେ ହାଟମୁନିଗୁଡା ସରପଞ୍ଚ ସୁଜାତା କାଡାରାକା କୁ ଯୋଗାଯୋଗ କରିଥିଲୁ ହେଲେ ତାଙ୍କର କୈଣସି ପ୍ରତି କ୍ରିୟା ମିଳି ପାରିଲାନାହିଁ।



