
ବେଲଗୁଣ୍ଠା-୩/୬(ଜିଲ୍ଲା ଖବର) : କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଭୟଙ୍କର ରୁପ ଧାରଣ କରିଥିବା ବେଳେ ଅକାଳରେ ବହୁ ବ୍ୟକ୍ତି କରୋନାଯୋଗୁଁ ନିଜର ମୁଲ୍ୟବାନ ଜୀବନ ହରାଇଛନ୍ତି ।ଆଜି ଏପରି ଏକ ଦୁଃଖଦ ଘଟଣା ଘଟିଛି ।ବେଲଗୁଣ୍ଠା ବ୍ଳକ୍ କେବିରି ବରପୁର ସହକାରୀ ଶିକ୍ଷକ ତଥା ବେଲଗୁଣ୍ଠା ନୀବାସି ସିମାଞ୍ଚଳ ମିଶ୍ରଙ୍କ କରୋନା ସଂକ୍ରମଣ ଯୋଗୁଁ ଦେହାନ୍ତ ଘଟିଛି ।ସେ ୧୭ ଦିନ ତଳେ କୋଭିଡ୍ ସଂକ୍ରମିତ ହୋଇଥିଲେ ।କିଛିଦିନ ହୋମ୍ ଆଇସୋଲେସନ୍ ପରେ ସ୍ୱାସ୍ଥ୍ୟରେ ସୁଧାର ନ ଆସିବାରୁ ଟାଟା କୋଭିଡ୍ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ ।ଗତକାଲି ରାତି ୨ ଟାରେ ତାଙ୍କ ଦେହାନ୍ତ ଘଟିଥିବା ସୂଚନା ମିଳିଛି ।ତାଙ୍କ ପରିବାର ବର୍ଗ ଟାଟା କୋଭିଡ୍ ହସ୍ପିଟାଲ ଯାଇ ତାଙ୍କର ଶେଷ ଦର୍ଶନ କରିବା ପରେ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।ତାଙ୍କର ଗୋଟିଏ ୨୭ ବର୍ଷର ପୁଅ ଓ ୨୪ ବର୍ଷର ଝିଅ ଅଛନ୍ତି ।ସ୍ୱର୍ଗତ ମିଶ୍ର ଜଣେ ମେଳାପୀ,ଛାତ୍ରବତ୍ସଳ ଓ ପରୋପକାରୀ ବ୍ୟକ୍ତିତ୍ୱ ଥିଲେ ।ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ବ୍ଳକ୍ ଶିକ୍ଷକ ଓ ତାଙ୍କ ବିଦ୍ୟାଳୟ ଛାତ୍ରଛାତ୍ରୀ ତଥା ଅଭିବାବକ ମହଲରେ ଶୋକର ଛାୟା ଖେଳିଯାଇଛି ।
ରିପୋର୍ଟ-ଶିବରାମ ଚୌଧୁରୀ


