
ବାଲିଗୁଡ଼ା , 02/06 {ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଶଙ୍କରାଖୋଲ ଅଞ୍ଚଳରେ କାଳବୈଶାଖୀ ବର୍ଷା ହେବା ସହିତ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଲେ ଶଙ୍କରାଖୋଲ କୁବୁସାହିର ପନ୍ଦର ବର୍ଷ ର ନାବାଳକ ତରଣୀ ସେନ କହଁର | ସେ ୧୦ ମ ରେ ପାଠ ପଢୁଥିଲା। ସେହିପରି ଅନ୍ୟ ଜଣେ ୧୧ ବର୍ଷର ଆକାଶ କହଁର ଗୁରୁତର ଆହତ ହୋଇଛି। ଦୁହେଁ ଘରବାହାରେ ଖେଳୁଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା। ନାବାଳ କ ତରଣୀର ଆକାଳ ମୃତ୍ୟୁରେ ପରିବାର ସମେତ ଓ ଶଙ୍କରା ଖୋଲରେ ଶୋକର ଛାୟା ଖେଳିଯାଇଛି ।ମୃତକଙ୍କ ପରୀବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।



