Wednesday, November 18, 2026
Home ଆଞ୍ଚଳିକ *ସହାୟତାର ହାତ ବଢ଼େଇଲା “ଅରୁଣା”

*ସହାୟତାର ହାତ ବଢ଼େଇଲା “ଅରୁଣା”

52

ସାନଖେମୁଣ୍ଡି,୩/୬(ଜିଲ୍ଲା ଖବର) : ଖବର କାଗଜରେ ସନଖେମୁଣ୍ଡି ବ୍ଲକ ର ପାଟପୁର ଗ୍ରାମରେ ବାପା ମା ଙ୍କୁ ହରାଇ ୩ ଜଣ ନିରାଶ୍ରୟ ଶିଶୁଙ୍କୁ ସହାୟତା ବିଷୟରେ ଖବର ପ୍ରକାଶିତ ହୋଇଥିଲା । ଉକ୍ତ ଖବର କୁ ନେଇ ପ୍ରକଳ୍ପ ଅଧିକାରୀ (DRDA) ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଓ ଅରୁଣା ର ନିର୍ଦେଶକ ଲୋକନାଥ ମିଶ୍ର କିପରି ଏହି ମହାମାରୀ ସମୟରେ ଏଭଳି ଶିଶୁଙ୍କୁ ସେମାନଙ୍କ ମୌଳିକ ଅଧିକାର ରୁ ଯେପରି ବଂଚିତ ନ ହେବେ ସେ ଦିଗରେ ଦୃଷ୍ଟି ଦେବାପାଇଁ ନିଷ୍ପତି ନେଇଥିଲେ । ମିଳିଥିବା ସୂଚନା ମୁତାବକ ଅରୁଣାର ସମ୍ପାଦିକା ସୌଦାମିନୀ ରଥଙ୍କ ନେତୃତ୍ୱରେ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଶ୍ରୀନିବାସ ବେହେରା, ସିଡିପିଓ ଅର୍ଚନା କହ୍ନର ଓ ସୁସ୍ମିତା ଭୋଇ ଉକ୍ତ ପରିବାର ସହ ମିସିଥିଲେ ଓ ତାଙ୍କ ମାତୃ ବିୟୋଗ ର ଦୁଃଖ ପ୍ରକାଶ କରିବା ସହ ସହାନୁଭୂତି ପ୍ରଦାନ କରିଥିଲେ । ସ୍ବେଚ୍ଛାସେବୀ ଅନୁଷ୍ଠାନ ଅରୁଣା ପାଖରୁ ଉକ୍ତ ପରିବାରକୁ ଏକ ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀ କୀଟ ପ୍ରଦାନ କରାଯାଇଥିଲା । ଯେଉଁଥରେ ସୋୟବିନ, ଚିନି, ଚୁଡା, ଖାଇବା ତେଲ, ବିସ୍କୁଟ, ଛତୁଆ, ମଟର ଚଣା, ଡାଲି, ବୁଟ, ସାବୁନ, ମାସ୍କ ଲୁଣ, ମସଲା, ଆଳୁ, ପିଆଜ ଆଦି ନିତ୍ୟ ବ୍ୟବହାଯ୍ୟ ଜିନିଷ ମାନ ରହିଛି । ଏହାକୁ ଆଗାମୀ ୫ମାସ ଯାଏଁ ଦିଆଯିବବୋଲି ଅରୁଣାର ନିର୍ଦେଶକ ଲୋକନାଥ ମିଶ୍ର ସୂଚନା ଦେଇଛନ୍ତି । ବିଡ଼ିଓ ରେଡ଼କ୍ରୋସ ପାଣ୍ଠିରୁ ଯଥାଶୀଘ୍ର ଆର୍ଥିକ ସହାୟତା ପ୍ରଦାନ କରାଯିବ କହିବା ସହିତ ସିଡିପିଓ ପିଲାଙ୍କ କିଭଳି ଉତ୍ତମ ତଥା ପୃଷ୍ଟିକର ସ୍ୱାସ୍ଥ୍ୟ ଦିଗରେ ଦୃଷ୍ଟି ଦେବେବୋଲି ମତ ପ୍ରକାଶ କରିଛନ୍ତି । ଅରୁଣା ପକ୍ଷରୁ କରୋନା ମହାମାରୀ ସମୟରେ ମାତା ପିତା ହରାଇଥିବା ପିଲାମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ  ସହାୟତାରେ ରାସନ ବାସ୍କେଟ ବଣ୍ଟନ କାର୍ଯ୍ୟକ୍ରମ ନିଆଯାଇଛି । ଏଇମଧରେ ୨୦୦ ପିତାମାତା ବିହୀନ ଶିଶୁଙ୍କ ସହାୟତା ଦିଆଯାଇଥିବା ବେଳେ ଆଗକୁ ଆହୁରୁ ୧୩୦୦ ଶିଶୁଙ୍କୁ ଏଥିରେ ଅନ୍ତର୍ଭୂକ୍ତ କରାଯିବାର ଲକ୍ଷ ରଖା ଯାଇଛି । ଜିଲ୍ଲାରେ ଯେପରି ଏ ମହାମାରୀ ସମୟରେ କୌଣସି ପିତା ମାତା ବିହୀନ ଶିଶୁ ତାଙ୍କ ମୌଳିକ ଅଧିକାର କୁ ନ ହରାଇ ଉତ୍ତମସ୍ୱାସ୍ଥ୍ୟ, ଶିଶୁଙ୍କ ମାନସିକ ସ୍ତରରେ କାଉନସେଲିଂ, ଉତ୍ତମ ଭବିଷ୍ୟତ ଗଠନ ସହ ସମାଜରେ ଯେପରି ସଂମାନର ସହ ଜୀବନ ଯାପନ କରିପାରିବେ ସେ ଲକ୍ଷରେ ଏହି କାର୍ଯ୍ୟକ୍ରମ ଆନ୍ତର୍ଜାତିକ ଅନୁଷ୍ଠାନ ସିଆରଏସ୍ ସହାୟତାରେ ପରିଚାଳିତ ହେଉଅଛି।