Sunday, November 15, 2026
Home ଆଞ୍ଚଳିକ ପୁଣି ସାମ୍ନାକୁ ଆସିଲା ନକଲି ଅଣ୍ଡା

ପୁଣି ସାମ୍ନାକୁ ଆସିଲା ନକଲି ଅଣ୍ଡା

23

ବାଲେଶ୍ଵର, ୦୩/୦୬/୨୧ (ଜିଲ୍ଲା ଖବର) : ପୁଣି ସାମ୍ନାକୁ ଆସିଲା ନକଲି ଅଣ୍ଡା । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ରାଣୀବସାଣ ଅଙ୍ଗନୱାଡି କେନ୍ଦ୍ରରେ ନକଲି ଅଣ୍ଡା ବଣ୍ଟାଯାଉଥିବା ଅଭିଯୋଗ ହୋଇଛି। ଗର୍ଭବତୀ ଓ ପ୍ରସୂତି , ଶୂନରୁ ତିନି ବର୍ଷ ଏବଂ ଅଙ୍ଗନୱାଡିରେ ପଢ଼ୁଥିବା ପିଲାମାନଙ୍କୁ ଅଣ୍ଡା ବଣ୍ଟନ କରାଯାଇଛି।

ଏହି ଅଣ୍ଡାର ଆକୃତି ଅସ୍ୱାଭାବିକ ହୋଇଥିବା ବେଳେ ଏହା ନକଲି ବୋଲି ସନ୍ଦେହ କରାଯାଇଥିଲା। ପରେ ଲୋକମାନେ ଏନେଇ ଅଙ୍ଗନୱାଡ଼ି କର୍ମୀଙ୍କୁ ଜଣାଇବା ସହ ଅଙ୍ଗନବାଡି କେନ୍ଦ୍ରରେ ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଛି।