Sunday, November 15, 2026
Home ଆଞ୍ଚଳିକ ଫିଲ୍ମ ଇଣ୍ଡଷ୍ଟ୍ରିର ୩ ହଜାର କର୍ମଚାରୀଙ୍କୁ ସାହାଯ୍ୟ କରିବେ ଅଭିନେତା ୟଶ

ଫିଲ୍ମ ଇଣ୍ଡଷ୍ଟ୍ରିର ୩ ହଜାର କର୍ମଚାରୀଙ୍କୁ ସାହାଯ୍ୟ କରିବେ ଅଭିନେତା ୟଶ

48

ନୂଆଦିଲ୍ଲୀ, ୦୩/୦୬/୨୧ (ଜିଲ୍ଲା ଖବର) : ଫିଲ୍ମ ’କେଜିଏଫ୍’ ସୁପରଷ୍ଟାର ୟଶ ଆଜି ସେହି କଳାକାର ମାନଙ୍କ ମଧ୍ୟରୁ ଜଣେ ଯିଏକି, ନିଜର ଦମଦାର ଅଭିନୟ ପାଇଁ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ଅଭିନୟ ଏବଂ ଷ୍ଟାଇଲ  ସବୁବେଳେ ଦର୍ଶକଙ୍କ ହୃଦୟକୁ ଛୁଇଁଥାଏ । ଏହା ବ୍ୟତୀତ ସେ ତାଙ୍କର ଉଦରତା ପାଇଁ ମଧ୍ୟ ବେଶ ଜଣାଶୁଣା ।

ଖବର ଅନୁଯାୟୀ, ୟଶ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରମିକ ମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ବଡ ନିଷ୍ପତି ନେଇଛନ୍ତି । ମାନଙ୍କୁ ସାହାଯ୍ୟ କରିବାକୁ ବଡ ନିଷ୍ପତି ନେଇଛନ୍ତି ।

କରୋନା ମହାମାରୀ କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ବନ୍ଦ ହୋଇ ଯାଇଛି । ଏଭଳି କ୍ଷେତ୍ରରେ  ସେଠାରେ  କାମ କରୁଥିବା ଦୈନିକ ଶ୍ରମିକ ମାନେ, ଆର୍ଥିକ  ସଙ୍କଟ ଦେଇ ଗତି କରୁଛନ୍ତି । ଏହା ଦେଖିବା ପରେ, ସୁପରଷ୍ଟାର ୟଶ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ୩୦୦୦ ରୁ ଅଧିକ ଶ୍ରମିକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ।

ୟଶ ତାଙ୍କ ଟ୍ବିଟରରେ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ‘ କୋଭିଡ-୧୯  ଏପରି ଏକ ଅଦୃଶ୍ୟ ଶ୍ତରୁ ଯାହା, ଅନେକ  ଲୋକଙ୍କ ଜୀବନ-ଜୀବିକା ଛଡାଇ ନେଇଛି । ମୋର କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରି କୋଭିଡ କାରଣରୁ ଖରାପ ସମୟ ଦେଇ ଗତି କରୁଛି । ଏଭଳି ସମୟରେ ମୁଁ ନିଷ୍ପତି ନେଇଛି , ଆମ ଫିଲ୍ମ ଇଣ୍ଡଷ୍ଟ୍ରିର ୨୧  ଡିପାଟମେଣ୍ଟର ୩ ହଜାରରୁ ଅଧିକ କର୍ମଚାରୀଙ୍କୁ ମୁଁ ମୋ ନିଜ ରୋଜଗାର ଟଙ୍କାରୁ ୫ ହାଜାର ଟଙ୍କା ଲେଖାଏଁ  ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇବି ।  ମୁଁ  ଜାଣିଛି ଏହି କଠିନ ସମୟରେ ଆପଣ ମାନଙ୍କ ଯେଉଁ କ୍ଷତି ହୋଇଛି, ତାହା ପୂରଣ କରିବାରେ ସକ୍ଷମ ହେବ ନାହିଁ , କିନ୍ତୁ ଏହା ଏକ ଆଶାର କିରଣ । ଆଶା କରୁଛି, ଆମେ ଶୀଘ୍ର ଭଲ ସମୟ ଦେଖିବାରେ ସମର୍ଥ ହେବା ‘ ।