
୦୩/୦୬/୨୧ (ଜିଲ୍ଲା ଖବର) : ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଦିନକୁ ବାରମ୍ବାର ମୁହଁ ଧୋଇ ଥାଆନ୍ତି । ବାରମ୍ବାର ମୁହଁ ଧୋଇବା ଦ୍ବାରା, ତ୍ବଚା ଥଣ୍ଡା ଲାଗିବା ସହିତ ଫ୍ରେଶ ଲାଗିଥାଏ ସତ, ହେଲେ ହେଲେ ହୁଏତ ସମସ୍ତଙ୍କୁ ଏକଥା ଜଣା ନଥାଏ ଯେ, ଦିନକୁ ବାରମ୍ବାର ମୁହଁ ଧୋଇବା ଫଳରେ, ତ୍ବଚା ଶୁଷ୍କ ହେବା ସହିତ ତ୍ବଚାରୁ ଚମକ କମିଥାଏ । ତେବେ କିପରି ମୁହଁ ଧୋଇବା ଆବଶ୍ୟକ ଏବଂ ଦିନକୁ ତେକେଥର ମୁହଁ ଧୋଇବା ଆବଶ୍ୟକ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।
-ଦିନକୁ ବାରମ୍ବାର ମୁହଁ ଧୋଇବା ଫଳରେ, ତ୍ବଚା ଅଧିକ ରୁକ୍ଷ ହେବା ସହିତ, ତ୍ବଚାରେ ଅଧିକ ଜ୍ବଳନ ଅନୁଭବ ହୋଇଥାଏ ।
-ଦିନକୁ ଅତିକମରେ ୨ ଥର ମୁହଁ ଧୋଇବା ଆବଶ୍ୟକ ବୋଲି କୁହନ୍ତି ତ୍ବଚା ବିଶେଷଜ୍ଞ । ସକାଳେ ଏବଂ ସଂଧ୍ୟାରେ ଦୁଇ ଥର ମୁହଁ ଧୋଇବା ଦ୍ବାରା, ତ୍ବଚାରେ ଲାଗି ରହିଥିବା ମଇଳା ସଫା ହୋଇ, ତ୍ବଚା ଫ୍ରେଶ ଲାଗିଥାଏ ।
-ମୁହଁ ଧୋଇବା ପୂର୍ବରୁ, ପ୍ରଥମେ ହାତକୁ ଭଲଭାବେ ଧୋଇବା ଆବଶ୍ୟକ । ଯାହା ଦ୍ବାରା, ହାତରେ ଲାଗିଥିବା ମଇଳା ମୁହଁକୁ ଯାଇ ନଥାଏ ।
-ମୁହଁରେ ଫେସଓ୍ବାଶ ଲଗାଉଥିଲେ, ପ୍ରଥମେ ତ୍ବଚାରେ ଫେସଓ୍ବାଶ ଲଗାଇ କିଛି ସମୟ ଛାଡିବେ । ଏହାପରେ ତ୍ବଚାକୁ ମସାଜ୍ କରି ଧୋଇବେ । ଏପରି କରିବା ଦ୍ବାରା, ତ୍ବଚାରୁ ଭଲଭାବେ ମଇଳା ସଫା ହୋଇଥାଏ ।


