
ଭଦ୍ରକ, ୦୩/୦୬/୨୧ (ଜିଲ୍ଲା ଖବର) : ପରପାରିରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। କରୋନାରେ ଆକ୍ରାନ୍ତ ହୋଇ ସେ ପ୍ରାଣ ହରାଇଛନ୍ତି। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲା। ତାଙ୍କର ଦୁଇ ପୁଅ ମଧ୍ୟ ଏବେ କରୋନା ପଜିଟିଭ ହୋଇ ଚିକିତ୍ସିତ ହେଉଛନ୍ତି।
ତାଙ୍କ ପରିବାରର ଅନେକ ଲୋକ ମଧ୍ୟ କରୋନାରେ ଶିକାର ହୋଇଛନ୍ତି। ତାଙ୍କ ବୋହୁ ଓ ନାତି-ନାତୁଣୀ ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା।




