Saturday, October 10, 2026
Home ଅପରାଧ ଦୁବାଇରେ ଆତ୍ମହତ୍ୟା କଲେ ଓଡିଆ ଯୁବକ, ମୃତ୍ୟୁ ପୂର୍ବରୁ ଭିଡିଓରେ କହିଲେ କାରଣ

ଦୁବାଇରେ ଆତ୍ମହତ୍ୟା କଲେ ଓଡିଆ ଯୁବକ, ମୃତ୍ୟୁ ପୂର୍ବରୁ ଭିଡିଓରେ କହିଲେ କାରଣ

13

ଖୋର୍ଦ୍ଧା, ୦୩/୦୬/୨୧ (ଜିଲ୍ଲା ଖବର) : ଦୁବାଇରେ ଆତ୍ମହତ୍ୟା କରିଛନ୍ତି ଜଣେ ଓଡିଆ ଯୁବକ। ଆଉ ମରିବା ପୂର୍ବରୁ ନିଜେ କଣ ପାଇଁ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ଏକ ଭିଡିଓ ମାଧ୍ୟମରେ ତାହା ପ୍ରକାଶ କରିଛନ୍ତି।  ତାଙ୍କ ମରିବା ପଛରେ, ରିତା ଓ ମିତା ଦୁଇ ଜଣଙ୍କ ନାମ ସେ ନେଇଛନ୍ତି। ପାରିବାରିକ ଅଶାନ୍ତ ହେତୁ ସେ ଏହି ପଦକ୍ଷେପ ନେଇଛନ୍ତି।

ଭିଡିଓରେ ସେ କହିଛନ୍ତି ଯେ, ତାଙ୍କ ପତ୍ନୀଙ୍କ ଭଉଣୀ ଅର୍ଥାତ ଦେଢଶାଶୁ ରିତା ତାଙ୍କୁ ମାଇକିନା ବୋଲି କହିଥିଲେ ଓ ସେ ସେହି କଥା ତାଙ୍କ ପତ୍ନୀ ମିତାଙ୍କୁ କହିବାରୁ ତାଙ୍କ ପତ୍ନୀ କହିଥିଲେ ସେ କହିବ, କହିଛି ଭଲ କରିଛି। ମୁଁ ତାକୁ କହିଥିଲି ତାକୁ କହିବାକୁ। ସେ ଦୁଇ ଭଉଣୀଙ୍କ ଯୋଗୁଁ ମୁଁ ମରୁଛି। ଏଇଟା ମୋ ପିଲାମାନଙ୍କୁ ନ୍ୟାୟ ଦେବ। ମୋ ମରିବାରେ କିଏ ଦାୟୀ ରହିବ ସମସ୍ତେ ବିଚାର କରିବେ। ଆଜି ଯାଏଁ ମୋ ସ୍ତ୍ରୀ ମୋ କଥା ମାନିଲାନି, ତା ଭଉଣୀ କଥାରେ ପଡି ମୋତେ ବ୍କାକେମେଲିଙ୍ଗ କଲା। ତାହ ସହ ଅନେକ ଅଶାନ୍ତି ରହୁଛି, ତେଣୁ ମୁଁ ଏହି ପଦକ୍ଷେପ ନେବାକୁ ଯାଉଛି।  

ମୃତ ବ୍ୟକ୍ତି ଜଣକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗମେଇଁ ଗ୍ରାମର ରମେଶ ଚନ୍ଦ୍ର ଜେନା। ଏହି ଅଭାବନୀୟ ଘଟଣା ଘଟିବା ପରେ ଗାଁରେ ବେଶ୍ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ସୁଦ୍ଧା ଏନେଇ ବାଣପୁର ଥାନାରେ କୌଣସି ଅଭିଯୋଗ ଦାଏର ହୋଇ ନଥିବା ଜଣାପଡିଛି ।