Wednesday, July 22, 2026
Home ଆଞ୍ଚଳିକ କୋରାପୁଟ ଏସପି ଅଫିସ ସାମ୍ନାରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

କୋରାପୁଟ ଏସପି ଅଫିସ ସାମ୍ନାରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

8

କୋରାପୁଟ, ୦୩/୦୬/୨୧ (ଜିଲ୍ଲା ଖବର) : କୋରାପୁଟ ଏସପି ଅଫିସ ସାମ୍ନାରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ । ତେବେ ସ୍ଥାନୀୟ ପୋଲିସ ଅଧିକାରୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ନ୍ୟାୟ ପାଇବା ଆଶାରେ ଏସପି ଅଫିସକୁ ମହିଳା ଆସିଥିଲେ। ଅପରାହ୍ନ 2ଟା 30ରୁ ଏସପିଙ୍କୁ ଦେଖା କରିବାକୁ ଦୀର୍ଘ ସମୟ ଧରି ମହିଳା ଜଣଙ୍କ ଅପେକ୍ଷା କରି ବସିଥିଲେ। କିନ୍ତୁ ଅଧିକାରୀ ସାକ୍ଷାତ କରିବାକୁ ସୁଯୋଗ ଦେଇନଥିଲେ।

ଶେଷରେ ବିଳମ୍ବିତ ସଂଧ୍ୟା ସମୟରେ ମହିଳା ଜଣକ ନିଜ ଶରୀରରେ କିରୋସିନି ଢ଼ାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ଆତ୍ମାହୁତି ଉଦ୍ୟମ ବେଳେ ସେଠାରେ ଥିବା ପୋଲିସ ଅଧିକାରୀ ମହିଳାଙ୍କୁ ଉଦ୍ଧାର କରିଥିଲେ।