Saturday, October 17, 2026
Home ଆଞ୍ଚଳିକ ପାଖେଇ ଆସୁଛି ରଥ ଯାତ୍ରା, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ପାଖେଇ ଆସୁଛି ରଥ ଯାତ୍ରା, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

10

ପୁରୀ, ୦୩/୦୬/୨୧ (ଜିଲ୍ଲା ଖବର) : ପାଖେଇ ଆସୁଛି ରଥ ଯାତ୍ରା । ଆଉ ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ପୁଣି ଭକ୍ତଙ୍କ ଭାବାବେଗକୁ ଲାଗିବ ଆଘାତ। ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବିନାଭକ୍ତରେ ଭଉଁରୀ ଯାତ୍ରା,ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ନେଇ ପ୍ରଶାସନର ପ୍ରସ୍ତୁତି ।

ପୁଣି ଭକ୍ତଙ୍କ ଭାବାବେଗକୁ ଲାଗିବ ଆଘାତ। ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବିନାଭକ୍ତରେ ଭଉଁରୀ ଯାତ୍ରା,ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ନେଇ ପ୍ରଶାସନର ପ୍ରସ୍ତୁତି । ତାହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ନରେନ୍ଦ୍ର ପୁଷ୍କରିଣୀ ଚାରିପଟେ ୧୪୪ ଧାରା ଜାରି କରାଯିବା ସହିତ ୫ ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଛି।
ଭଉଁରୀ ତିଥିରେ ଶ୍ରୀକ୍ଷେତ୍ରରେ ଚକ ଡେରା ନୀତି ଅନୁଷ୍ଠିତ ହେବ। ତିନି ରଥର ତିନୋଟି ଅଖରେ ଦୁଇଟି ଲେଖାଏଁ ଚକ ଡେରା ଯିବାର ପରମ୍ପରା ରହିଛି। ତାହାକୁ ଦୃଷ୍ଟିରେ ରଖି ମହାରଣା ସେବକଙ୍କ ଦ୍ୱାରା ଆବଶ୍ୟକ ସଂଖ୍ୟକ ଅଖ ଓ ଚକ ନିର୍ମାଣ ଶେଷ ହୋଇଛି। 

କରୋନା ସଂକ୍ରମଣ ଯୋଗୁଁ ରଥ ନିର୍ମାଣ କାର‌୍ୟ୍ୟରେ ନିୟୋଜିତ ବ୍ୟକ୍ତିଙ୍କ ପ୍ରତିଦିନ କୋଭିଡ୍‍ ପରୀକ୍ଷା କରାଯାଉଛି। ରଥଖଳା ଚାରିପଟେ କନାବାଡ଼ କରାଯିବା ସହ ଅନ୍ୟମାନଙ୍କ ପ୍ରବେଶକୁ ନିଷେଧ କରାଯାଇଛି। କରୋନା କଟକଣା ମଧ୍ୟରେ ରଥ ନିର୍ମାଣ କରାଯାଉଛି। ଭଉଁରୀ ଯାତ୍ରା ସମ୍ପର୍ଣ୍ନ ହେବାପରେ ସ୍ନାନଯାତ୍ରା ପାଇଁ ଏସଓପି ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି।