Sunday, November 15, 2026
Home ଆଞ୍ଚଳିକ ନିରନ୍ତ୍ରର ସେବା ଯୋଗାଉଥିବା ତୈଳ ଓ ଗ୍ୟାସ କମ୍ପାନୀର କାର୍ଯ୍ୟ ପ୍ରଶଂସନୀୟ: ଧର୍ମେନ୍ଦ୍ର

ନିରନ୍ତ୍ରର ସେବା ଯୋଗାଉଥିବା ତୈଳ ଓ ଗ୍ୟାସ କମ୍ପାନୀର କାର୍ଯ୍ୟ ପ୍ରଶଂସନୀୟ: ଧର୍ମେନ୍ଦ୍ର

11

୦୨/୦୬/୨୧ (ଜିଲ୍ଲା ଖବର) :  ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି। ଏଭଳି ସ୍ଥିତିରେ ସମସ୍ତେ ଟିକା ନେବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ସମସ୍ତଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପ୍ରତି ସମ୍ବେଦନଶୀଳ । ଏ ଦିଗରେ କରୋନା ମହାମାରୀର ଦ୍ୱିତୀୟ ଲହର ବିରୋଧରେ ଲଢ଼େଇ କରୁଥିବା ବେଳେ କର୍ପୋରେଟ ଅନୁଷ୍ଠାନର ଏପରି ଟିକାକରଣ ଉଦ୍ୟମ ଭଲ ପଦକ୍ଷେପ ।

ଏହି କଷ୍ଟ ସମୟରେ ତୈଳ ଓ ଗ୍ୟାସ କମ୍ପାନୀମାନେ ଓଡିଶାର ଲୋକଙ୍କୁ ସେବା କରିବାକୁ ପ୍ରତିଶ୍ରୁତିବଦ୍ଧ । ଏଭଳି ଭାବରେ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପଭୋକ୍ତାଙ୍କୁ ତୈଳ ଓ ଗ୍ୟାସ ବିତରଣ ଭଳି ଅତ୍ୟାବଶ୍ୟକ ସେବା ଯୋଗାଉଥିବା କୋଭିଡ୍ ଯୋଦ୍ଧା ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକାକରଣରେ ସାମିଲ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରଠାରେ IndianOilcl  ଏବଂ  ଆପୋଲ ହସ୍ପିଟାଲରେ ୭ ଦିନିଆ ‘କୋଭିଡ୍-୧୯ ଟିକାକରଣ ଅଭିଯାନ’ର ଶୁଭାରମ୍ଭ କରିଛନ୍ତି ।

IndianOilclର କୋଭିଡ୍ ଯୋଦ୍ଧାମାନଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ମେଗା ଭ୍ୟାକ୍ସିନେସନ ଡ୍ରାଇଭରେ ଏହି କମ୍ପାନୀର ପେଟ୍ରୋଲ ପମ୍ପ ଗ୍ରାହକ ଆଟେଣ୍ଡାଣ୍ଟ, ଏଲପିଜି ଏବଂ ପେଟ୍ରୋଲ ବିତରକ, ତୈଳ ଟ୍ୟାଙ୍କର ପରିବହନ କରୁଥିବା ଚାଳକ ଭାଇ, ଅନ୍ୟାନ୍ୟ କର୍ମଚାରୀ ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ମାଗଣାରେ ଟିକା ଲଗାଯିବ ବୋଲି ସୂଚନା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।