
ନୂଆଦିଲ୍ଲୀ ,୦୨/୦୬/୨୧ (ଜିଲ୍ଲା ଖବର) : ଜଣାଶୁଣା ଫିଲ୍ମ ନିର୍ମାତା ମଣି ରତ୍ନମଙ୍କ ଫିଲ୍ମରେ କାମ କରିବାର ଇଚ୍ଛା ସବୁ କଳାକାରଙ୍କ ମନରେ ଥାଏ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆରମ୍ଭ କରି ବଲିଉଡ ଯାଏଁ , ମଣି ରତ୍ନମ ଅନେକ ହିଟ ଫିଲ୍ମ ପ୍ରସ୍ତୁତ କରିଛନ୍ତି । ଆଜି ହେଉଛି ତାଙ୍କ ଜନ୍ମଦିନ । ୨ ଜୁନ ୧୯୫୬ରେ ସେ ତାମିଲନାଡୁର ମଦୁରାଇରେ ସେ ଜନ୍ମଗ୍ରହଣ କରିଥିଲେ ।
ବଲିଉଡ ଫିଲ୍ମ’ ବାମ୍ବେ’, ‘ଦିଲ ସେ’ , ‘ଗୁରୁ’ ଭଳି ଅନେକ ଫିଲ୍ମ ସେ ପ୍ରସ୍ତୁତ କରିଛନ୍ତି । ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ଥିଲା ୧୯୮୩ରେ ତାମିଲ ରେ ଆସିଥିବା ଫିଲ୍ମ’ପଲ୍ଲବୀ ଅନୁ ପଲ୍ଲବୀ’ । ହେଲେ ୧୯୮୬ରେ ଫିଲ୍ମ’ମୋଉନା ରଗମ’ ମାଧ୍ୟମରେ ସେ ବେଶ ପରିଚିତ ହୋଇଥିଲେ ।
ଏହାପର ଠାରୁ ସେ ଅନେକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।




