
ନୂଆଦିଲ୍ଲୀ, ୦୨/୦୬/୨୧ (ଜିଲ୍ଲା ଖବର) : ଆଜି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଜନ୍ମଦିନ । ଆଜି ସେ ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି । ପାଟନାରେ ଜନ୍ମିତ ସୋନାକ୍ଷୀ ମୁମ୍ବାଇରେ ନିଜର ପାଠପଢା ସାରିଥିଲେ ।
ଫ୍ୟାଶନ ଡିଜାଇନିଂରେ ଗ୍ରାଜୁଏସନ କରିଛନ୍ତି ସୋନାକ୍ଷୀ । ଦିଗଜ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ । ୨୦୦୫ରେ ସୋନାକ୍ଷୀ ଫିଲ୍ମ’ ମେରା ଦିଲ ଲେକର ଦେଖୋ’ରେ କଷ୍ଟ୍ୟୁମ ଡିଜାଇନର ରୂପରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ
୨୦୧୦ରେ ବଲିଉଡରେ ଫିଲ୍ମ’ ଦବଙ୍ଗ’ ମାଧ୍ୟମରେ ପାଦ ଥାପିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ଅନେକ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ଆଉ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସୋନାକ୍ଷୀ । ଫିଲ୍ମ ଦୁନିଆଁରେ ପାଦ ଥାପିବା ବୂର୍ବରୁ ସେ ବହୁତ୍ ମୋଟି ଥିଲେ ।
ହେଲେ ଫିଲ୍ମ ଦୁନିଆଁରେ ପାଦ ଥାପିବା ପାଇଁ ସେ ବହୁତ୍ ପରିଶ୍ରମ କରିଥିଲେ। ଏଥିପାଇଁ ସେ ସ୍ବିମିଂ,ଯୋଗ ଏସବୁ ପ୍ରତି ବିଶେଷ ଧ୍ୟାନ ଦେଇଥିଲେ । ଆଉ ଆଜି ସେ ବଲିଉଡର ଜଣାଶୁଣା ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ହୋଇ ରହିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।





