Monday, November 16, 2026
Home ଆଞ୍ଚଳିକ ଆଗାମୀ କିଛି ଦିନ ଭିତରେ ଦେଶରେ ପ୍ରବେଶ କରିବ ମୌସୁମୀ

ଆଗାମୀ କିଛି ଦିନ ଭିତରେ ଦେଶରେ ପ୍ରବେଶ କରିବ ମୌସୁମୀ

7

୦୨/୦୬/୨୧ (ଜିଲ୍ଲା ଖବର) : ଆଗାମୀ କିଛି ଦିନ ଭିତରେ ଦେଶରେ ମୌସୁମୀ ପ୍ରବେଶ କରିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦେଶରେ ହେବାକୁ ଥିବା ବୃଷ୍ଟିପାତ ଉପରେ ପୂର୍ବାନୁମାନ କରାଯାଇଛି । ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶର ବୃଷ୍ଟିପାତ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

 ଦକ୍ଷିଣ-ପଶ୍ଚିମ ମୌସୁମୀରେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ସ୍ବଭାବିକ ବର୍ଷା ହେବ । ସେହିପରି ଦେଶର ବିଭିନ୍ନ ଅଞ୍ଚଳରେ ଚଳିତ ବର୍ଷ  ସାଧାରଣ ବୃଷ୍ଟିପାତଠାରୁ ଅଧିକରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି  ଉତ୍ତର ପଶ୍ଚିମ ଭାରତ ପାଇଁ ସାଧାରଣ ବର୍ଷା ହେବାର ଆଶା କରୁଛୁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

 ଲେହ ଏବଂ ଲଦାଖ ଅଞ୍ଚଳରେ ସ୍ବଭାବିକଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଜାମ୍ମୁ କାଶ୍ମୀର ଅଞ୍ଚଳରେ ସାଧାରଣ ବୃଷ୍ଟିପାତଠାରୁ ସାମାନ୍ୟରୁ ଅଧିକ ବୃଷ୍ଟିପାତ ହେବ ନେଇ ଅନୁମାନ କରାଯାଇଛି ବୋଲି କହିଛନ୍ତି ଆଇଏମଡି ଡିଜି।