
କଟକ, : ଚିକିତ୍ସା ଅଭାବରୁ ନାବାଳକର ମୃତ୍ୟୁ ଅଭିଯୋଗ । କଟକ ଶିଶୁ ଭବନ ନାଁରେ ଆସିଲା ଅଭିଯୋଗ । ଆଖି ବୁଝିଲା 9 ବର୍ଷର ବାଳକ ।
ଦୀର୍ଘ ଦେଢ଼ ମାସ ଧରି ନାବାଳକ ଜଣକ ଚିକିତ୍ସିତ ହେଉଥିଲା । ବାଳକର ମସ୍ତିସ୍କରେ ଆଘାତ ହୋଇଥିବା କାରଣରୁ ଦୀର୍ଘ ଦେଢ଼ ମାସ ଧରି ଚାଲିଥିଲା ଚିକିତ୍ସା । ନାବାଳକ ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ଏଣ୍ଡୋର ଅଞ୍ଚଳର ।
ଡାକ୍ତରଙ୍କ ଅବହେଳା ଯୋଗୁଁ ପିଲାର ଜୀବନ ଚାଲିଗଲା ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । କାହାକୁ ନପଚାରି କିପରି ଭାବେ ପିଲାର ଅସ୍ତ୍ରୋପଚାର କଲେ ବୋଲି ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ମେଡିକାଲ୍ କର୍ତ୍ତୃପକ୍ଷ ।



