
ନୂଆଦିଲ୍ଲୀ, ୦୨/୦୬/୨୧ (ଜିଲ୍ଲା ଖବର) : ଅବସାରପ୍ରାପ୍ତ ସୁପ୍ରିମକୋର୍ଟର ବିଚାରପତି ଅରୁଣ କୁମାର ମିଶ୍ରା ଆସନ୍ତାକାଲି ଜାତୀୟ ମାନବ ଅଧିକାର ଆୟୋଗର ଚେୟାରମ୍ୟାନ୍ ଭାବରେ ଦାୟିତ୍ଵ ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି ଜଷ୍ଟିସ ମିଶ୍ରଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ଜଷ୍ଟିସ ମିଶ୍ର ସେପ୍ଟେମ୍ବର 2, 2020 ରେ ସୁପ୍ରିମକୋର୍ଟରୁ ଅବସର ନେଇଥିଲେ।


