Thursday, November 12, 2026
Home ଆଞ୍ଚଳିକ ରାଜାଧାନୀରେ ରାତି ଅଧରେ ଅକ୍ସିଜେନ ପାଇଁ ଚିତ୍କାର, ସବୁ ଡାକ୍ତରଖାନା ବୁଲିବା ପରେ ବି ମିଳିଲାନି...

ରାଜାଧାନୀରେ ରାତି ଅଧରେ ଅକ୍ସିଜେନ ପାଇଁ ଚିତ୍କାର, ସବୁ ଡାକ୍ତରଖାନା ବୁଲିବା ପରେ ବି ମିଳିଲାନି ଅକ୍ସିଜେନ

6

ଭୁବନେଶ୍ୱର,୦୨/୦୬/୨୧ (ଜିଲ୍ଲା ଖବର) : ରାଜାଧାନୀ ଭୁବନେଶ୍ୱରରେ କରୋନା କାଳରେ ଦେଖିବାକୁ ମିଳିଛି କରୁଣ ଚିତ୍ର । ରାସ୍ତା କଡରେ ଅକ୍ସିଜେନ ସେବା । ରାଜଧାନୀର ସବୁ ଡାକ୍ତରଖାନା ବୁଲିବା ପରେ ଅକ୍ସିଜେନ ନମିଳିବାରୁ ଜଣେ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିଲା । ଏଡ଼ତିକି ବେଳେ ସାହାଯ୍ୟ କଲେ ଯୁବ ସମାଜ ସେବୀ ସଚିନ ମହାପାତ୍ର ।

ଶେଷରେ ରାସ୍ତା କଡରେ ଅଟୋରେ ଜଣେ କରୋନା ରୋଗୀ ଥିବା ଦେଖି ରୋଗୀ ନିକଟରେ ପହଞ୍ଚି ଥିଲେ ସମାଜସେବୀ । ରୋଗୀର ଅକ୍ସିଜେନ ୮୦ ପ୍ରତିଶତ ଥିବା ବେଳେ ସରକାରୀ ହସ୍ପିଟାଲରେ ବେଡ଼ ନମିଳିବାରୁ ସମାଜସେବୀଙ୍କ ସହାୟତା ରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୋଭିଡ ପରିଚାଳନାକୁ ନେଇ ସରକାର ବାହାବା ନେଉଥିବା ବେଳେ ଏ ଚିତ୍ର ବୟାନ କରୁଛି କରୋନାର କଣ ରହିଛି ବାସ୍ତବ ଚିତ୍ର ।