
ବଲାଙ୍ଗୀର, ୦୨/୦୬/୨୧ (ଜିଲ୍ଲା ଖବର): ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଥାନା ଅଧିନସ୍ଥ ଠେଲକୋମୁଣ୍ଡା ଗ୍ରାମରୁ ଚୋରି ହୋଇଛି । ଗତରାତିରେ ଏକ ପଲସର ସହିତ ଲକ୍ଷ୍ୟାଧିକ ଟଙ୍କା ଚୋରି ହୋଇଛି । ସୂଚନା ଅନୁସାରେ ଗତ ରାତ୍ରିରେ ଗ୍ରାମର ରାଜେଶ୍ୱର ରାଉତ ନିଜ ଘର ବାଟରେ ପଲସର ବାଇକ ନମ୍ବର OD 03 K 3324 ରଖିଥିଲେ ।
ରାତ୍ରିରେ ଦୁବୃର୍ତ୍ତ ମାନେ ଆସି ବାଇକ ଚୋରି କରି ନେଇଥିବା ସହ ବିନୟ ରାଉତଙ୍କ ଘର ଝରକା ଭାଙ୍ଗି ଲକ୍ଷ୍ୟାଧିକ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି । ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।



