Home ଆଞ୍ଚଳିକ ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ୱୁଲାନ୍ସ, ୨ ମୃତ

ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ୱୁଲାନ୍ସ, ୨ ମୃତ

8

ବଲାଙ୍ଗୀର, ୦୨/୦୬/୨୧ (ଜିଲ୍ଲା ଖବର) : ବଲାଙ୍ଗୀର ପାଟଣାଗଡ଼ ଝୁଲେନବର ଗାଁରେ ଆମ୍ବୁଲାନ୍ସ ଦୁର୍ଘଟଣା। ଗଛକୁ ଧକ୍କା ଦେଲା ଆମ୍ବୁଲାନ୍ସ। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଭୋର ସମୟରେ  ପଦ୍ମପୁରରୁ ପାଟଣାଗଡ଼ ଆସୁଥିବା ବେଳେ ଝୁଲେନବର ଗାଁ ନିକଟରେ ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଗଚ୍ଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

ଆମ୍ବୁଲେନ୍ସ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଗାଡ଼ିରେ ଥିବା ରୋଗୀ ଓ ତାର ସମ୍ପର୍କୀୟ ମୃତ ହୋଇଥିବା ଦେଖିବାକୁ ମିଳିଛି। ଖବର ପାଇ ଦମକଳ ବାହିନୀ ଓ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରୀ ରଖିଛି ବର୍ତ୍ତମାନ ସୁଦ୍ଧା  ଦୁଇ ମୃତକର ପରିଚୟ ମିଳିପାରିନାହିଁ। ଏହାସହ ପୋଲିସ ତାର ତଦନ୍ତ ଜାରି ରଖିଛି।