Thursday, October 15, 2026
Home ଆଞ୍ଚଳିକ ସୁଶାନ୍ତଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ କନ୍ଧମାଳ ସାଂସଦ

ସୁଶାନ୍ତଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ କନ୍ଧମାଳ ସାଂସଦ

86

ବାଲିଗୁଡ଼ା 01/06{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‍ ଅନ୍ତର୍ଗତ କୋଲାପଡ଼ା ଗ୍ରାମର ସୁଶାନ୍ତ ନାୟକଙ୍କ ଗତ ମେ ୨୨ ତାରିଖରେ କରୋନାରେ ପରଲୋକ ହୋଇଯାଇଛି । ସୁଶାନ୍ତ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ତରଫରୁ ଫିରିଙ୍ଗିଆ ବ୍ଲକ୍‍ ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ପରଲୋକରେ ସାଂସଦ ଶ୍ରୀ ସାମନ୍ତ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହସାଂସଦ ପ୍ରତିନିଧିଙ୍କ ଜରିଆରେ ସୁଶାନ୍ତଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସୋମବାର ସାଂସଦ ପ୍ରତିନିଧି ସୁଶାନ୍ତଙ୍କ ପତ୍ନୀଙ୍କୁ ଭେଟି ଏକ ଲକ୍ଷ ଟଙ୍କାର ଚେକ୍‍ ପ୍ରଦାନ କରିଥିଲେ । ଏଥିପାଇଁ ତାଙ୍କ ପତ୍ନୀ ସାଂସଦ ଶ୍ରୀ ସାମନ୍ତଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।