
ନୂଆଦିଲ୍ଲୀ, ୦୧/୦୬/୨୧ (ଜିଲ୍ଲା ଖବର) : ବିବାହ ବନ୍ଧନରେ ବାନ୍ଧି ହେଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ପ୍ରଣିତା ସୁଭାଷ । ସେ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି । ବିଜନେସମ୍ୟାନ୍ ନିତିନ୍ ରାଜୁଙ୍କୁ ସେ ତାଙ୍କ ଜୀବନ ସାଥି କରିଛନ୍ତି । ୩୦ ମଇରେ ପରିବାର ସଦସ୍ୟ ଓ କିଛି ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ଦୁହିଁଙ୍କ ବିବାହ କାଯ୍ୟ ସମ୍ପର୍ଣ୍ଣ ହୋଇଛି ।
ଖୁବ୍ ଧୂମଧାମରେ ବିବାହ କରିବାକୁ ଇଚ୍ଛା ରଖିଥିବା ପ୍ରଣିତା ଏବଂ ନିତିନ୍ , କରୋନା କାରଣରୁ ବୋଙ୍ଗଲୁରୁରେ ଏକଦମ୍ ସାଦାସିଦା ଭାବେ ବିବାହ କରିଛନ୍ତି । ତାଙ୍କ ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବର-ବଧୂ ବେଶରେ ଦୁହେଁ ଖୁବ୍ ସୁନ୍ଦର ନଜର ଆସୁଛନ୍ତି । ଦୁହିଁଙ୍କ ଫଟୋରୁ ନଜର ହଟାଇ ପାରୁ ନାହାଁନ୍ତି ଫ୍ୟାନ୍ସ । ପ୍ରଣିତା ତାଙ୍କର ଫଟୋ ସେୟାର କରିବା ସହିତ ଫ୍ୟାନ୍ସ ମାନଙ୍କୁ କ୍ଷମା ପ୍ରାଥନା କରି ଲେଖିଛନ୍ତି ଯେ, ‘ ମୁଁ ଆପଣ ମାନଙ୍କୁ ଏକଥା ଜଣାଇ ଖୁସି ଅନୁଭବ କରୁଛି କି, ଆମେ ୩୦ ମଇରେ ବିବାହ କରିଛୁ । ହେଲେ ଏହା ସହିତ ସମସ୍ତଙ୍କ ଠାରୁ କ୍ଷମା ପ୍ରାଥନା ଚାହୁଁଛି କି, ବିବାହ ଫିକ୍ସ ଡେଟ କହି ପାରି ନଥିଲୁ । କାହିଁକି ନାଁ , ଶେଷ ପର୍ଯ୍ୟନ୍ତ ଆମେ ନିଜେ ମଧ୍ୟ ଏହାକୁ ନେଇ ନିଶ୍ଚିନ୍ତ ନଥିଲୁ । କରୋନାକୁ ଦୃଷ୍ଟିରେ ରଖି ବୁଝି ପାରୁ ନଥିଲୁ କି ବିବାହ ହୋଇ ପାରିବ କି ନାହିଁ । ଭାବୁଛି ସମସ୍ତେ ଆମ କ୍ଷମା ପ୍ରାର୍ଥନା ସ୍ବୀକାର କରିବେ ‘ ।
ତେବେ ତାଙ୍କ ବିବାହ ଖବର ପାଇବା ପରେ ତାଙ୍କ ଫ୍ୟାନ୍ସ ମାନଙ୍କ ସମେତ ତାଙ୍କ ପ୍ରିୟଜନ ତାଙ୍କୁ ଶୁଭକାମନା ଜଣାଉଛନ୍ତି ।
ପ୍ରକାଶ ଥାଉକି, ପ୍ରଣିତା ସୁଭାଷ ୨୦୧୦ରେ କନ୍ନଡ ଫିଲ୍ମ’ପୋର୍କି’ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ ।




