
ନୂଆଦିଲ୍ଲୀ, ୦୧/୦୬/୨୧ (ଜିଲ୍ଲା ଖବର) : ଗତ କିଛି ଦିନ ଧରି ଶୁଣିବାକୁ ମିଳୁଛି ଯେ ଟେଲିଭିଜନ ଅଭିନେତା Karan Mehra ଓ ତାଙ୍କ ପତ୍ନୀ ନିଶା ରାଓ୍ବଲଙ୍କ ଭିତରେ କିଛି ଠିକ୍ ଠାକ୍ ଚାଲି ନାହିଁ । ଏବେ ଖବର ଅନୁଯାୟୀ, କରଣ ମେହରା ପତ୍ନୀ ନିଶା ରାଓ୍ବଲଙ୍କ ସହ ପାରିବାରିକ କଳହକୁ ନେଇ ମୁମ୍ବାଇ ପୁଲିସ୍ କରଣଙ୍କୁ ଗିରଫ କରିଛି ।
ଏବେ କରଣ ଗୋରେଗାଓଁ ପୁଲିସ୍ ଷ୍ଟେସନରେ ଅଛନ୍ତି । ସେଠାରେ ପୁଲିସ୍ ତାଙ୍କର ବୟାନ ରେକର୍ଡ କରୁଛି ।
ଗତ କିଛି ଦିନ ଧରି ଦୁହିଁଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଏହାକୁ ନେଇ ଯେତେବେଳେ, ଉଭୟଙ୍କ ସହିତ କଥାବାର୍ତ୍ତା କରିବା ସମୟରେ କରଣ ଏହାକୁ ନେଇ କିଛି କହିନଥିବା ବେଳେ, ନିଶା କହିଥିଲେ ଯେ ତାଙ୍କ ଭିତରେ ସବୁ କିଛି ଠିକ୍ ଅଛି । ହେଲେ ଏବେ କରଣ ଗିରଫ ହେବା ପରେ ସ୍ପଷ୍ଟ ହୋଇ ଯାଇଛି ଯେ ଉଭୟଙ୍କ ମଧ୍ୟ କିଛି ଠିକ୍ ନାହିଁ ।
ସୂଚନାଯୋଗ୍ୟ : Karan Mehra ଏଂ ନିଶା ରାଓ୍ବଲଙ୍କର ୨୦୦୮ରେ ଫିଲ୍ମ ’ହସତେ ହସତେ’ସେଟରେ ଦେଖା ହୋଇଥିଲା । ସେଠାରେ ପରସ୍ପରଙ୍କୁ ଭେଟିବା ପରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିଛି ବର୍ଷ ଦୁହେଁ ଦୁହିଁଙ୍କୁ ଡେଟ କରିବା ପରେ, ୨୦୧୨ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
Karan Mehra ହେଉଛନ୍ତି ଜଣେ ଲୋକପ୍ରିୟ ଟେଲି କଳାକାର । ଯିଏକି ଧାରାବାହିକ, ‘ୟେ ରିସ୍ତା କ୍ୟା କହଲାତା ହେ’ ମାଧ୍ୟମରେ ନୈତିକ ଭୂମିକାକୁ ନେଇ ବେଶ ପରିଚିତ ହୋଇଛନ୍ତି ।






