Tuesday, October 13, 2026
Home ଆଞ୍ଚଳିକ ଜବାନଙ୍କ ଦ୍ୱାରା ରାସନ ସାମଗ୍ରୀ ବଣ୍ଟନ…

ଜବାନଙ୍କ ଦ୍ୱାରା ରାସନ ସାମଗ୍ରୀ ବଣ୍ଟନ…

28

ବାଲିଗୁଡା,୧/୬ {ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଠାରେ କାର୍ଯ୍ୟରତ C/127 ଯବାନମାନେ ଜନସାଧାରଣଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି I 127 BN CRPFର କମାଣ୍ଡେନ ଆନନ୍ଦ ଝାଙ୍କ ନିର୍ଦ୍ଦେଶ କ୍ରମେ C/127 ବାଟାଲୀୟମ CRPFର କମ୍ପାନୀ କମାଣ୍ଡର ଧର୍ମେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଯବାନଙ୍କ ଦ୍ବାରା କନ୍ଧମାଳ ଜିଲ୍ଲା ଅଧିନସ୍ଥ ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ଥାନା ଅଞ୍ଚଳର କିଛି ଗ୍ରାମ ତଥା ମୁଣ୍ଡାପଦର, ହାଟପଦା, ଗୋଛାପଡ଼ା ଠାରେ ସିବିକଆସ୍କନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଗରିବ ପରିବାରର ଲୋକମାନଙ୍କୁ ଅତି ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା I ଯବାନ ମାନଙ୍କର ଏହିଭଳି ମହତ କାର୍ଯ୍ୟକୁ ଭିବିନ୍ନ ମହଲରେ ପ୍ରଶଂସା କରାଯାଇଛି I ଗ୍ରାମ ବାସୀମାନେ ଯବାନ ମାନକୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।