
ବାଲିଗୁଡ଼ା , ୩୧/୫{ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ବାଲିଗୁଡ଼ା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ITDA ପକ୍ଷରୁ କୋଭିଡ୍ ସଚେତନତା କାର୍ଯ୍ୟକ୍ରମ ରଥର ଶୁଭାରମ୍ଭ ହୋଇଯାଇଛି | ବାଲିଗୁଡ଼ା ଉପଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କ ଦ୍ଵାରା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି | ଏହି ରଥ ସମସ୍ତ ଗ୍ରାମାଞ୍ଚଳରେ ଘରକୁ ଘର ବୁଲି ଲୋକଙ୍କୁ କୋଭିଡ୍ ସଂକ୍ରମଣରୁ ଦୁରେଇ ରହିବା ସହ ସର୍ବଦା ବାହାରକୁ ଗଲେ ମାସ୍କ ପିନ୍ଧିବା, ହାତକୁ ବାରମ୍ବାର ସାବୁନ ଧୋଇ ସାନିଟାଇଜ୍ କରିବା, ଭିଡ଼ ନଜେମେଇବା, ସାମାଜିକ ଦୂରତା ବଜାୟ ରଖିବା ନେଇ ସଚେତନ ରଥ ସାହାଯ୍ୟରେ ପ୍ରଚାର ଓ ପ୍ରସାରଣ କରାଯିବ ବୋଲି ସୂଚନା ଦେଇଥିଲେ ବାଲିଗୁଡ଼ା ଉପଜିଲ୍ଲାପାଳ |



