Wednesday, November 18, 2026
Home ଆଞ୍ଚଳିକ ଅବସର କାଳୀନ ସମ୍ବର୍ଦ୍ଧନା

ଅବସର କାଳୀନ ସମ୍ବର୍ଦ୍ଧନା

109

ଆସିକା,୩୧/୫(ଜିଲ୍ଲା ଖବର) : ଆଜି ଆସିକା ବିଜ୍ଞାନ ମହାବିଦ୍ୟାଳୟ ର ଦୁଇ ଜଣ କର୍ମଚାରୀ ତଥା ବରିଷ୍ଠ କିରାଣୀ ଶ୍ରୀ କୈଳାସ ଚନ୍ଦ୍ର ମୁନୀ ଓ ପଦାର୍ଥ ବିଜ୍ଞାନ ବିଭାଗ ର ଡେମୋନଷ୍ଟ୍ରେଟର ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ରାୟଗୁରୁ ନିଜ ନିଜ ଚାକିରୀ ରୁ ସରକାରଙ୍କ ନିୟମାନୁସାରେ ଅବସର ଗ୍ରହଣ କରିଛନ୍ତି. ସରକାରଙ୍କ କୋଭିଡ ନିୟମ ପ୍ରକାରେ ଅଣ ଆନୁଷ୍ଠାନିକ ଭାବେ ମହାବିଦ୍ୟାଳୟର ସ୍ବଳ୍ପ କେତେକ କର୍ମଚାରୀ ଙ୍କ ଉପସ୍ଥିତି ରେ ଅଧ୍ୟକ୍ଷ ଡ଼ଃ ଜୀବାନନ୍ଦ ତ୍ରିପାଠୀ ବିଦାୟୀ କର୍ମଚାରୀ ଦ୍ବୟଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ବିଦାୟ ଜଣାଇଥିଲେ ଓ ସେମାନଙ୍କ ପରବର୍ତୀ ଜୀବନ କେମିତି ସୁଖ ଓ ଭଲରେ କଟିବ ତାହା ପ୍ରଭୁଙ୍କ ନିକଟରେ ପ୍ରାଥନା କରିଥିଲେ. ଏହି ଅବସରରେ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ପ୍ରଫେସର କେଦାର ନାଥ ପଣ୍ଡା, କର୍ମଚାରୀ ସଂଘ ସମ୍ପାଦିକା ଡ଼ଃ ସ୍ମିତାରାଣୀ ପଣ୍ଡା, ଡ଼ଃ ଶଙ୍କର ପ୍ରସାଦ ଅଧିକାରୀ, ଡ଼ଃ ଅଭୟ କେଶରୀ ପରିଛା ପଟନାୟକ, ପ୍ରଫେସର ଜନାର୍ଦନ ସାହୁ, ଶ୍ରୀ ବିଘ୍ନରାଜ ପାଢ଼ୀ, ଶ୍ରୀ ସରୋଜ କୁମାର ପଣ୍ଡା, ଶ୍ରୀ ରାଜେଶ କୁମାର ସାହୁ, ଶ୍ରୀ ଭାନୁ ରାଓ, ଶ୍ରୀ ବିଜୟ କୁମାର ନାୟକ, ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଶ୍ରୀ ଶତ୍ରୁଘନ ଗୌଡ଼, ଶ୍ରୀମତୀ ସବିତା ପାଢ଼ୀ, ଶ୍ରୀ ଗଣେଶ ବହାଦୁର, ଶ୍ରୀ କୃଷ୍ଣ ଡାକୁଆ, ଶ୍ରୀ ଭାବଗ୍ରାହୀ ପଣ୍ଡା, ଶ୍ରୀ ଜିତେନ୍ଦ୍ର କୁମାର ସାହୁ, ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା, ଶ୍ରୀ ରାଧା କାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତି ରହି ଉଭୟ କର୍ମଚାରୀ ଙ୍କ ପରବର୍ତ୍ତୀ ଜୀବନ କିପରି ସୁଖରେ କଟିବ ପ୍ରଭୁ ଈଶ୍ୱରଙ୍କ ନିକଟରେ ପ୍ରାଥନା କରିଥିଲେ ।