
ଭଦ୍ରକ,୩୧/୦୫/୨୧ (ଜିଲ୍ଲା ଖବର) : ପୁଣି ବିଜେଡି କର୍ମୀଙ୍କ ଗୁଣ୍ଡାରାଜ । ବିଜେପି କର୍ମୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ବିଜେଡି କର୍ମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋଦ୍ ଚାନ୍ଦବାଲି ବିଧାକୟ ବ୍ୟୋମକେଶ ରାଏଙ୍କ ନିଜ ଗାଁରେ । ବିଜେଡି କର୍ମୀଙ୍କ ସଂଘବଧ ଆକ୍ରମଣରେ ବିଜେପି କର୍ମୀ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି ।
ଚାନ୍ଦବାଲି ବ୍ଲକ କାଣ୍ଡଗାରଡ଼ି ପଞ୍ଚାୟତରେ ଦେଖିବାକୁ ମିଳିଛି ଏ ଘଟଣା । ଚାନ୍ଦବାଲି ବଜାର ଶାସ୍ତ୍ରୀ ନଗରରେ ଅଲେଖ କୁମାର ନାୟକ ଓ ତାଙ୍କ ସ୍ତ୍ରୀ ନିଜ ଅଟୋରେ ଯାଇଥିବା ବେଳେ, ବିଜେଡି କର୍ମୀ ଧନୀ ସ୍ୱାଇଁ, ସୁବାସ ସ୍ୱାଇଁ, ଧନ ବେହେରା ଏକ କୁଦାଳ ବେଣ୍ଟ ସାହାର୍ଯ୍ୟରେ ସେମାନଙ୍କୁ ଆକ୍ରମଣ କରିଥିଲେ ।
ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ୱାମୀ ଓ ସ୍ତ୍ରୀ ପ୍ରଥମେ ଥାନାରେ ଅଭିଯୋଗ କରିବା ପରେ ଡାକ୍ତରଖାନାକୁ ଯାଇଥିଲେ । ଚାନ୍ଦବାଲି ଥାନାରେ ଦମ୍ପତି ଅଭିଯୋଗ କରିଛନ୍ତି ସତ, କିନ୍ତୁ ପୋଲିସ ଏଯାଏ କୌଣସି ପଦକ୍ଷେପ ନେଇନାହିଁ ।



