
ନୂଆଦିଲ୍ଲୀ, ୩୧/୦୫/୨୧ (ଜିଲ୍ଲା ଖବର) : ଜଣାଶୁଣା ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍ କିଛି ଦିନ ପୂର୍ବରୁ ତାଙ୍କୁ ପିତାଙ୍କୁ ହରାଇଛନ୍ତି । ହୃଦଘାତରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ସେ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲେ । ତାଙ୍କୁ ବେଡ ଏବଂ ଅକ୍ସିଜେନ ଦେବା ପାଇଁ ବହୁତ୍ ଚେଷ୍ଟା କରିଥିଲେ, ସମ୍ଭାବନା । ଏନେଇ ଅନେକ ପୋଷ୍ଟ ସେ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ସେ କହିଥିଲେ ଯେ କେବଳ କରୋନାରେ ତାଙ୍କ ପିତା ମରି ନାହାଁନ୍ତି , ତାଙ୍କ ପିତାଙ୍କୁ ବଞ୍ଚା ଯାଇ ପାରି ଥାଆନ୍ତା ।
ସୂଚନାଯୋଗ୍ୟ : ଡାକ୍ତରଖାନାକୁ ଏକ ଆଇନଗତ ନୋଟିସ୍ ପଠାଇଛନ୍ତି ଅଭିନେତ୍ରୀ ସମ୍ଭାବନା ସେଠ୍ । ହସ୍ପିଟାଲ କର୍ମଚାରୀ ମାନେ ତାଙ୍କ ପିତାଙ୍କୁ ହସ୍ପିଟାଲରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ୩୦ ଏପ୍ରିଲରେ ସେ ତାଙ୍କ ପିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ୮୦ ବର୍ଷିୟ ତାଙ୍କ ପିତା ଦିଲ୍ଲୀର ଏକ ହସ୍ପିଟାଲରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ । ସମ୍ଭାବନା ଏକଥା କହିଛନ୍ତି ଯେ, ସେ ସେ ନିଶ୍ଚିନ୍ତ ଥିଲେ ହସ୍ପିଟାଲରେ ତାଙ୍କ ପିତାଙ୍କର ଯତ୍ନ ନିଆଯିବ । ହେଲେ ଯେତେବେଳେ ତାଙ୍କ ଭାଇ ଯାଇ ହସ୍ପିଟାଲରେ ପହଞ୍ଚିଥିଲେ ପିତାଙ୍କୁ ଭେଟିବାକୁ , ସେତେବେଳେ ତାଙ୍କର ହାତ ଗୋଡ ବନ୍ଧା ହୋଇଥିବା ଦେଖି ସେ ଆଶ୍ଚଯ୍ୟ ହୋଇ ଯାଇଥିଲେ । ଏହାପରେ ହସ୍ପିଟାଲ କର୍ମଚାରୀ ମାନେ କହିଥିଲେ ଯେ, ସେ ଏପରି ଏଥିପାଇଁ କରିଛନ୍ତି , ଯେପରି ସେ ସାଲାଇନ ସପ୍ଲାଏ ବନ୍ଦ କରି ନ ଦିଅନ୍ତି ।
କେବଳ ଏତିକି ନୁହେଁ , ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ‘ ମୁଁ ଯେତେବେଳେ ଯାଇ ହସ୍ପିଟାଲରେ ପହଞ୍ଚିଥିଲି ସେତେବେଳେ ମୋ ପିତାଙ୍କର ହାତ, ପାଦ ବନ୍ଧା ହୋଇଥିଲା । ଆଉ ମତେ କୁହାଯାଇଥିଲା ଯେ, ସେମାନେ ଅକ୍ସିଜେନ ବାହାର କରି ପାରିବେ ନାହିଁ ସେଥିପାଇଁ ଏପରି କରା ଯାଇଛି । ସେ ଏହାର ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ, କିନ୍ତୁ କର୍ମଚାରୀ ମାନେ ଏହାକୁ ଡିଲିଟ କରି ଦେଇଥିଲେ ।
ଆଗକୁ ସେ ଏକଥା ମଧ୍ୟ କହିଛନ୍ତି ଯେ, ‘ ସେ ଡାକ୍ତରମାନଙ୍କୁ ସମ୍ମାନ କରନ୍ତି । ହେଲେ ସେହି ହସ୍ପିଟାଲରେ ତାଙ୍କର ଏକ ଭିନ୍ନ ଅଭିଜ୍ଞତା ଥିଲା । ମୋ ମନରେ ପିତାଙ୍କର ଚିକିସ୍ବା ବାବଦରେ କିଛି ପ୍ରଶ୍ନ ଘୂରି ବୁଲୁଛି ଓ ମୁଁ ତାଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଛି ବୋଲି ସେ କହିଛନ୍ତି ।






