
ନୂଆଦିଲ୍ଲୀ ,୩୧/୦୫/୨୧ (ଜିଲ୍ଲା ଖବର) : ଆଉ ଏ ଦୁନିଆଁରେ ନାହାଁନ୍ତି, ଟାର୍ଜନ୍ ଆକ୍ଟର ଜୋ ଲାରା । ୟୂଏସ ଏକ ବିମାନ ଦୁର୍ଘଟଣାରେ ଚାଲିଗଲେ ଟାର୍ଜନ ଆକ୍ଟର ଲାରା । ଏହି ଦୁର୍ଘଟଣାରେ ଲାରାଙ୍କ ସମେତ ଆଉ ସାତ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ତାଙ୍କ ପତ୍ନୀ ମଧ୍ୟ ପ୍ରାଣ ହରାଇଛନ୍ତି। ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଜୋ ଲାରା ।
୧୯୮୯ରେ ଫିଲ୍ମ’ Tarzan in Manhattan’ରେ ଟାର୍ଜନ ଭୂମିକା ନିଭାଇଥିଲେ ଲାରା । ଏହା ପରେ ସେ ଟିଭି ସିରିଜ୍ ‘ଟାର୍ଜନ: ଦ ଇପିକ୍ ଆଡଭେଞ୍ଚର’ରେ ମଧ୍ୟ ଅଭିନୟ କରିଥିଲେ । ଏହି ସିରିଜ୍ ୧୯୯୬-୧୯୯୭ଯାଏଁ ଚାଲିଥିଲା। ଏଥିରେ ତାଙ୍କ ଅଭିନୟକୁ ଦର୍ଶକ ବହୁତ୍ ପସନ୍ଦ କରିଥିଲେ । ହେଲେ ଆଜି ଆଉ ଏ ଦୁନିଆଁରେ ନାହାଁନ୍ତି ସେ । ୫୮ ବର୍ଷ ବୟସରେ ବିମାନ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି ।




