Friday, November 13, 2026
Home ଆଞ୍ଚଳିକ ଜୁନ୍ 3 କୁ ଘୁଞ୍ଚିଲା CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶୁଣାଣି

ଜୁନ୍ 3 କୁ ଘୁଞ୍ଚିଲା CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶୁଣାଣି

16

୩୧/୦୫/୨୧ (ଜିଲ୍ଲା ଖବର) :  ଆଜି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ । ଜୁନ୍ ୩ ତାରିଖ ସୁଦ୍ଧା ନିଷ୍ପତ୍ତି ଶୁଣାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଦୁଇ ଦିନ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେବେ ଦୁଇ ଦିନ ପରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ଚୂଡ଼ାନ୍ତ ରାୟ ଆସିପାରେ ।

ଏଠାରେ କହିରଖୁଛୁ ଯେ, ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି । ଆବେଦନକାରୀ ଚଳିତବର୍ଷ ପରୀକ୍ଷାକୁ ବନ୍ଦ କରିବା ସହ ଗତବର୍ଷ ଢାଞ୍ଚାରେ ମାର୍କ ଦେବାକୁ ଦର୍ଶାଇଛନ୍ତି । ଜଷ୍ଟିସ ଏ. ଏମ୍. ଖନଓ୍ୱିଲକର ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀଙ୍କୁ ନେଇ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି ।