Wednesday, October 14, 2026
Home ଆଞ୍ଚଳିକ ପିପିଲିର ଜନବସତି ଅଞ୍ଚଳରୁ ହରିଣ ଉଦ୍ଧାର

ପିପିଲିର ଜନବସତି ଅଞ୍ଚଳରୁ ହରିଣ ଉଦ୍ଧାର

21

ପୁରୀ,୩୧/୦୫/୨୧ (ଜିଲ୍ଲା ଖବର) : ଗାଁ ମୁହାଁ ହରିଣ। ପୁରୀ ଜିଲ୍ଲା ପିପିଲି ଦୁର୍ଗାଦାଶପୁର ପଞ୍ଚାୟତର ଜନବସତି ମଧ୍ୟରୁ ଏକ ବଡ଼ ହରିଣ ପଶି ଆସିଥିବା ଦେଖିବାକୁ ମିଳିଛି ।  ହରିଣକୁ ଦେଖିବା ପାଇଁ ଲୋକେ ଭିଡ ମଧ୍ୟ ହୋଇଥିଲେ। ସ୍ଥାନୀୟ ଯୁବକମାନେ କୌଶଳକ୍ରମେ ତାକୁ ଧରି ପକାଇ ବନବିଭାଗକୁ ଖବର ଦେଇଥିଲେ । 

ଖବର ପାଇ ବାଲିପାଟଣା ବନବିଭାଗ ଅଧିକାରୀ ଉକ୍ତ ଗ୍ରାମରେ ପହଂଚି ହରିଣକୁ ନେଇ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଥିବା ସୂଚନା ମିଳିଛି । ତେବେ ଯେଉଁଭଳି ଭାବରେ ଜଙ୍ଗଲ କାଟି ନଷ୍ଟ କରିଦିଆଯାଉଛି। ଯାହା ଫଳରେ ଜଙ୍ଗଲୀ ଜନ୍ତୁମାନେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଛନ୍ତି।