ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ହାର୍ଡକୋର ମହିଳା ମାଓବାଦୀ ନିହତ

30

ମାଲକାନଗିରି,୩୧/୦୫/୨୧ (ଜିଲ୍ଲା ଖବର) : ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ଦନ୍ତେୱାଡାର ଗିଦାମ ଥାନା ଅନ୍ତର୍ଗତ ଗୁଲମନାର ଜଙ୍ଗଲରେ ଗୁଳିବିନିମୟ ହୋଇଥିବା ସୂଚନା । ଏଥିରେ ଜଣେ ହାର୍ଡକୋର ମହିଳା ମାଓବାଦୀ ନିହତ ହୋଇଥିବା ଜଣାପଡିଛି ।

ମୃତ ମହିଳା ମାଓବାଦୀଙ୍କ ନାଁ ପାଇକେ ବେକୋ । ତାଙ୍କ ମୁଣ୍ଡ ଉପରେ ଥିଲା 2 ଲକ୍ଷ ଟଙ୍କାର ପୁରସ୍କାର ରାଶି । ମୃତ ମାଓବାଦୀ ପ୍ଲାଟୁନ ନମ୍ବର-16ର ସଦସ୍ୟ ଥିବା ସୂଚନା । ଘଟଣାସ୍ଥଳରୁ ବନ୍ଧୁକ ଓ IED ସହ ବ୍ୟାପକ ମାଓ ସାମଗ୍ରୀ ଜବତ କରାଯାଇଥିବା ଏସପି ଅଭିଷେକ ପଲବ ସୂଚନା ଦେଇଛନ୍ତି ।