Home ଆଞ୍ଚଳିକ ଲଙ୍ଗଳା ମୁକୁଳା ହୋଇ ରୋଗୀ ଶୋଉଛନ୍ତି ତଳେ, ସରକାର କହୁଛନ୍ତି ଠିକ୍ ଚାଲିଛି ?

ଲଙ୍ଗଳା ମୁକୁଳା ହୋଇ ରୋଗୀ ଶୋଉଛନ୍ତି ତଳେ, ସରକାର କହୁଛନ୍ତି ଠିକ୍ ଚାଲିଛି ?

28
  • କୁଆଡେ ଗଲେ ଜିଲ୍ଲାପାଳ…?
  • ଭାଇରାଲ ହେଉଥିବା ଦୃଶ୍ୟ ଆମର
  • ଓଡିଶାରେ ଇଏ ହେଉଛି ମୟୂରଭଞ୍ଜର ସ୍ଥିତି
  • ମୟୂରଭଞ୍ଜ , ୩୧/୦୫/୨୧ (ଜିଲ୍ଲା ଖବର): କୋଭିଡ ହସ୍ପିଟାଲରେ ଏ ଚିତ୍ର ସାରା ରାଜ୍ୟକୁ ବିଚଳିତ କରୁଛି। କୋଉଠି ଲଙ୍ଗଳା ହୋଇ ଭୁଇଁରେ ଲୋଟିଛନ୍ତି ରୋଗୀ ତ ଆଉ କୋଉଠି ଟଇଲେଟ୍ ପ୍ୟାନ ତଳେ ଖାଲି ଦେହରେ ପଡିଛନ୍ତି । ଯଦି ଏଠି ଚକିତ୍ସା ଠିକ ଠାକ ଚାଲିଛି ତା ହେଲେ ଏ ଅବସ୍ଥା ପାଇଁ ଦାୟୀ କିଏ ?

କାଲି ସ୍ବାସ୍ଥ୍ୟ ସଚିବ ଏ କଥା କହିଲେ, ଯେ ଆମ ସ୍ଥିତି ଏଠି କୁଆଡେ ଭଲ ଅଛି। ଏଠି ଅକ୍ଦିଜେନ ମିଳୁଛି । ପର୍ଯ୍ୟାପ୍ତ ବେଡ୍ ଅଛି । ରୋଗୀ ସେବା ସୂଚାରୁ ରୂପେ ଚାଲିଛି । ହେଲେ ଆବସ୍ଥା ଯେ, କେତେ ସାଙ୍ଘାତିକ ସେ କଥା ଆପଣ ଆଖିରେ ଦେଖନ୍ତୁ ।  କୋଭିଡ ରୋଗୀଙ୍କ ପାଇଁ ସରକାର ଅନେକ କୋଭିଡ ହସ୍ପିଟାଲ ଭଡା ସୂତ୍ରରେ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲେ ଆଜି ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ହୃଦୟ ବିଦାରକ ଦୃଶ୍ୟ ସରକାରଙ୍କ ମିଛକୁ ଫ୍ୟୁଜ କରିଛି । ରୋଗୀ ସେବା ଉପରେ ଆଙ୍ଗୁଠି ଉଠିଛି ।

ଭଞ୍ଜସେନାର କାର୍ଯ୍ୟକାରୀ ଉପାଧ୍ୟକ୍ଷ ରାକେଶ ସିଂ ଏ ନେଇ ପ୍ରଶ୍ନ ଉଠାଇଛନ୍ତି । ରୋଗୀ ଚିକିତ୍ସିତ ହେବାକୁ ହସ୍ପିଟାଲ ଯାଇଥିବା ବେଳେ ଚିକିତ୍ସା ଅଭାବରୁ ପାଇଖାନା, ବାଥରୁମ, ରୋଷେଇ ଘର ଓ ବାରଣ୍ଡାରେ ଉଲଗ୍ନ ଅବସ୍ଥାରେ ଗଡି ବୁଲୁଥିବାର ଫୋଟ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ତେବେ ଏହି ଚିତ୍ର ସବୁ ଜଣେ ରୋଗୀଙ୍କ ସମ୍ପର୍କୀୟ ଉତ୍ତୋଳନ କରିଥିବା ଜଣାପଡିଛି । ତେବେ ଏହି ଭିଡିଓ  ଓ ଫୋଟ ଓଡ଼ିଶା ସରକାରଙ୍କ ପକ୍ଷରୁ ମୟୂରଭଞ୍ଜ ବାରିପଦା ସ୍ଥିତ ବାକିଂଶୋଳ ଠାରେ ଖୋଲିଥିବା କିମ୍ସ-କୋଭିଡ ହସ୍ପିଟାଲର ଚିତ୍ର ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି ।